www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟର ପ୍ରମୁଖ ୨ ଦଳ ଗଠନ କଲେ ନିର୍ବାଚନୀ କମିଟି

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ସବୁ ଦଳ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଶାସକ ଦଳ ବିଜେଡି ପକ୍ଷରୁ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରାଯାଇଥିବାବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାର କମିଟି ଗଠନ କରାଯାଇଛି । ବିଜେଡି ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଥିବାବେଳେ କଂଗ୍ରେସ ପ୍ରଚାର କମିଟି ତାଲିକାରେ ୫୯ ଜଣଙ୍କ ନାଁ ସାମିଲ ଅଛି ।

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ଦୌଡ଼ରେ ୧୨୧୦ ପ୍ରାର୍ଥୀ

- Advertisement -

ବିଜେଡି ଇସ୍ତାହାର କମିଟିରେ ଚନ୍ଦ୍ରଶେଖର ସାହୁଙ୍କୁ ଅଧ୍ୟକ୍ଷ ଏବଂ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି। ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଓ ମଙ୍ଗଳା କିଷାନଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରିଛି ଦଳ । ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ସସ୍ମିତ ପାତ୍ରଙ୍କୁ ସହ ଆବାହକ ଦାୟିତ୍ବ ପ୍ରଦାନ କରାଯାଇଛି ।

ଅନ୍ୟପଟେ  ପ୍ରଚାର କମିଟିରେ ଭକ୍ତ ଦାସଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିବାବେଳେ ନବଜ୍ୟୋତି ପଟ୍ଟନାୟକଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରିଛି କଂଗ୍ରେସ । କମିଟିରେ ଶରତ, ନରସିଂହ, କେପି ସିଂଦେଓ, ନିରଞ୍ଜନ, କାହ୍ନୁ ଲେଙ୍କା, ଶ୍ରୀକାନ୍ତ, ଗିରିଧର, ଜୟଦେବ, ପଞ୍ଚାନନ ବିଜୟ ପଟ୍ଟନାୟକ ସଦସ୍ୟ ଅଛନ୍ତି ।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories