www.samajalive.in
Saturday, December 13, 2025
26.1 C
Bhubaneswar

ନିଜ ଅଧିକାର ପାଇଁ ମିଳିମିଶି କାମ କରିବା

ସୁଆଣ୍ଡୋ : ଜିଲାସ୍ତରୀୟ ସମିତି ସଭ୍ୟ ଓ ସଭ୍ୟା ପରିବାର ପକ୍ଷରୁ ସମ୍ମିଳନୀ ଓ ବନ୍ଧୁମିଳନ ସତ୍ୟବାଦୀ ବ୍ଲକ ଛକ ନିକଟ ସ୍ୱର୍ଣ୍ଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା କାର୍ଯ୍ୟକାରୀ ସଭାପତି ପର୍ତବୀରାଜ ସ୍ୱାଇଁଙ୍କ ଅଧକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା  । ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଶ୍ରୀଚନ୍ଦନ, ଉପସଭାପତି ବୈଦ୍ୟନାଥ ବେହେରା, ବସନ୍ତ ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁନୀଲ କୁମାର ପଣ୍ଡା, ରାଜ୍ୟ ସଭାପତି ସୌମେନ୍ଦ୍ର ଦିକ୍ଷୀତ, ସତ୍ୟବାଦୀ ବ୍ଲକ ସଭାପତି ଦୀପକ କୁମାର ଶତପଥୀ, ପୁରୀ ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର, ଉପଦେଷ୍ଟା ବିଜୟକୁମାର ସାହୁ, ଗୋପବ୍ଲକ ଝୁନା ମଲିକ ଓ ପିପିଲି ବ୍ଲକ ଅଧ୍ୟକ୍ଷ ଦେବସ୍ମିତା ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ  । ସମିତି ସଭ୍ୟ ଏବଂ  ସଭ୍ୟାମାନଙ୍କର  ଅଧିକାର ପାଇଁ ରହିଥିବା କେତେକ ନିର୍ଦ୍ଦିଷ୍ଟ ଦାବି  ସରକାର ଗ୍ରହଣ କରିଛନ୍ତି  । ଅବଶିଷ୍ଟ ଦାବି ସମୁହକୁ ଆଗାମୀ ଦିନରେ ମିଳିତ ଭାବେ ମିଳିମିଶି ସରକାରଙ୍କ ନିକଟରେ ଉପସ୍ଥାପନ କରିବାପାଇଁ ସର୍ବସମ୍ମତି ପ୍ରସ୍ତାବ ଗ୍ରହଣ କରାଯାଇଥିଲା  । ପୁରୀ ଜିଲା ସାଧାରଣ ସମ୍ପାଦକ ବୀରେନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଧୀରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories