ଡେସ୍କ: ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ଅବଧି ପୁରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧ ହଜାର ୨୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ୮୮ଟି ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୨ ହଜାର ୬୩୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ୧ ହଜାର ୪୨୮ଟି ପ୍ରାର୍ଥୀପତ୍ର ବୈଧ ବୋଲି ଜଣାପଡ଼ିଥିଲା। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଚଳିତ ମାସ ୨୬ ତାରିଖରେ ଏହି ପର୍ଯ୍ୟାୟ ପାଇଁ ମତଦାନ ହେବ।
ନିର୍ବାଚନ ୨୦୨୪ – ପଶ୍ଚିମବଙ୍ଗରେ ମୁତୟନ ହେବେ ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ
ଦ୍ବିତୀୟ ପର୍ଯ୍ୟାୟରେ କେରଳର ୨୦ଟି ଲୋକସଭା ଆସନରୁ ସର୍ବାଧିକ ୫୦୦ଟି ନାମାଙ୍କନ ହୋଇଥିବା ବେଳେ କର୍ଣ୍ଣାଟକର ୧୪ଟି ଲୋକସଭା ଆସନରୁ ୪୯୧ଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି। ତ୍ରିପୁରାର ଗୋଟିଏ ନିର୍ବାଚନ ମଣ୍ଡଳୀରୁ ସର୍ବନିମ୍ନ ୧୪ ଜଣ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରର ନାନ୍ଦେଦ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୯୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ଏନଆଇଏ ଅଧିକାରୀଙ୍କୁ ସମନ ପ୍ରସଙ୍ଗ – ଏତଲା ରଦ୍ଦ କରିବାକୁ କଲିକତା ହାଇକୋର୍ଟରେ ଏନଆଇଏ



