ଡେସ୍କ: ଅବାଧ ଓ ନିରପେକ୍ଷ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଆହୁରି ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ ସିଏପିଏଫ୍ ମୁତୟନ କରିବାକୁ ନିର୍ବାଚନ ଆୟୋଗ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୫୫ କମ୍ପାନୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଏବଂ ୪୫ କମ୍ପାନୀ ସୀମା ସୁରକ୍ଷା ବଳ ମୁତୟନ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଚଳିତ ମାସ ୧୫ ତାରିଖ କିମ୍ବା ଏହା ପୂର୍ବରୁ ପଶ୍ଚିମବଙ୍ଗରେ ସିଏପିଏଫର ଅତିରିକ୍ତ ୧୦୦ କମ୍ପାନୀ ମୁତୟନ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ବାଚନ ୨୦୨୪ – ପଶ୍ଚିମବଙ୍ଗରେ ମୁତୟନ ହେବେ ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ
Popular Categories



