www.samajalive.in
Saturday, December 6, 2025
19.1 C
Bhubaneswar

ଏନଆଇଏ ଅଧିକାରୀଙ୍କୁ ସମନ ପ୍ରସଙ୍ଗ – ଏତଲା ରଦ୍ଦ କରିବାକୁ କଲିକତା ହାଇକୋର୍ଟରେ ଏନଆଇଏ

ଡେସ୍କ: ପଶ୍ଚିମବଙ୍ଗର ଭୂପତିନଗରରେ ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଚଢ଼ାଉ ପାଇଁ ଯାଇଥିବା ଏହାର ଅଧିକାରୀଙ୍କ ବିରୋଧରେ ହୋଇଥିବା ଏତଲାକୁ ରଦ୍ଦ କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଜି କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏନଆଇଏ ଓକିଲ ଅରୁଣ କୁମାର ମହାନ୍ତି କହିଛନ୍ତି ଯେ ଜଷ୍ଟିସ ଜୟ ସେନଗୁପ୍ତା ଆବେଦନ ଦାଖଲ କରିବାକୁ ଅନୁମତି ଦେଇଛନ୍ତି। ଏନଆଇଏ ଅଧିକାରୀଙ୍କ ବିରୋଧରେ ରାଜ୍ୟ ପୋଲିସର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ଆବେଦନରେ ଦାବି କରାଯାଇଛି।

ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: ସମ୍ବଲପୁର-କଟକ ଏନଏଚ ୫୫ର ଦୂରାବସ୍ଥା ପାଇଁ କିଏ ଦାୟୀ

- Advertisement -

୨୦୨୨ ଡିସେମ୍ବରରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିବା ପରେ ଶନିବାର ପୂର୍ବ ମେଦିନାପୁର ଜିଲ୍ଲାର ଭୂପତିନଗରରୁ ଫେରୁଥିବା ବେଳେ ଜନତାଙ୍କ ଆକ୍ରମଣରେ ଜଣେ ଅଧିକାରୀ ଆହତ ହୋଇଥିଲେ।ଭୁପତିନଗରରେ ଏନଆଇଏ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ ହୋଇଥିବା ବେଳେ କିଛି ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ କେନ୍ଦ୍ରୀୟ ଏଜେନ୍ସି ଅଧିକାରୀଙ୍କ ବିରୋଧରେ ଚୋରି ଓ ମହିଳାଙ୍କୁ ଅସମ୍ମାନ ଅଭିଯୋଗ ଆଣି ମାମଲା ରୁଜୁ ହୋଇଥିଲା।

​ହେମାମାଳିନୀଙ୍କ ବିଷୟରେ ମନ୍ତବ୍ୟ ପ୍ରସଙ୍ଗ – ରଣଦୀପ ସୁରଜେୱାଲାଙ୍କୁ ଜବାବ ମାଗିଲେ ନିର୍ବାଚନ କମିଶନ

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories