mission shakti banner

ବେଧଡକ ଚାଲିଛି କୋଇଲା ବ୍ୟାପାର, ୫ ଶହ ବ୍ୟାଗ ଜବତ

BSKY banner  750×100

ସିମୁଳିଆ : ଧାମରା ଓ ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି ହୋଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡି ଖୋଲାଯାଇ ଚୋରା କୋଇଲା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚାଲେଞ୍ଜ ପୁଲିସକୁ ଚିନ୍ତାରେ ପକାଇଛି । ଏହା ଭିତରେ ପୁଲିସ-ମାଫିଆଙ୍କ ମଧୁଚନ୍ଦ୍ରିକା ଚର୍ଚ୍ଚାର ବିଷୟ ପାଲଟିଛି ସିମୁଳିଆ ଅଞ୍ଚଳରେ ।

ସୂଚନା ପ୍ରକାରେ ବିଦେଶରୁ ଧାମରାକୁ ଆସୁଥିବା ଉନ୍ନତମାନର କୋଇଲା ରେଳ ଯୋଗେ ପରିବହନ ସମୟରେ ବିଦ୍ୟୁତ ଖୁଣ୍ଟରେ ଚଡି ଆଙ୍କୁଡି ସାହାଯ୍ୟରେ ଖସାଇ ଦିଆଯାଇଥାଏ । ଆଉ ସେହି କୋଇଲାକୁ କୋଇଲା ମାଫିଆମାନେ ସେମାନଙ୍କଠାରୁ କମ ମୁଲ୍ୟରେ କ୍ରୟ କରି ବିଭିନ୍ନ କମ୍ପାନୀକୁ ବିକ୍ରି କରିଥାନ୍ତି । ଆଉ ଏହାକୁ ପୁଲିସକୁ ଚକମା ଦେଖାଇ ବାଲେଶ୍ୱର –ଭଦ୍ରକର ବିଭିନ୍ନ ଅଞ୍ଚଳରେ ଶାଖାମାନ ଖୋଲାଯାଇ ବାହାରକୁ ଚାଲାଣ କରୁଥିବାର ଜଣାଯାଇଛି । ଏହି ବେପାର ବାସୁଦେବପୁର-ସିମୁଳିଆ ଅଞ୍ଚଳରେ ଜାମ୍ମୁଝାଡି, ମଇତାପୁର, ଅଡା, ଶ୍ୟାମସୁନ୍ଦରପୁର, ବାଲିଖଣ୍ଡ ଓ ଭଦ୍ରକ ଜିଲ୍ଲାର ରାଣିତାଲ-ବରଦା କେନାଲ ବନ୍ଧର ଷ୍ଟକ ପଏଣ୍ଟ ଖୋଲାଯାଇ ବାହାରକୁ ଚାଲାଣ ହେଉଛି ।

ସେହିପରି ଆଜି ଜାମ୍ମୁଝାଡି ବଣପାରିଆଠାରେ ଜୈନିକ ବ୍ୟକ୍ତିଙ୍କ ଜାଗାରେ ଏକ ଡିପୋ କରାଯାଇ ଖୁଲମ ଖୁଲା କୋଇଲା ବେପାର ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିମୁଳିଆ ପୁଲିସ ଚଢାଉ କରିଥିଲା । ଏହି ଚଢାଉରେ ୫ଶହରୁ ଉର୍ଦ୍ଧ୍ୱ କୋଇଲା ବ୍ୟାଗ ଜବତ କରି ସିମୁଳିଆ ଥାନାକୁ ଆଣିଥିଲାବେଳେ କାହାରିକୁ ଗିରଫ କରି ନ ଥିବା ଜଣାଯାଇଛି । ଦୀର୍ଘଦିନ ଧରି ଏ ଅଞ୍ଚଳରେ ଏଭଳି ଚାଲୁଥିଲେ ବି କିପରି ପୁଲିସ ଏ ବିଷୟରେ ଜାଣି ପାରୁନାହିଁ ତାହା ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକଟ କରିଛି । ତେବେ ଏହି ଚଢାଉ ପରେ କୋଇଲା ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

Comments are closed.