www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍‌ ଏହି ଜିନିଷ, ଚମକିବ ଭାଗ୍ୟ..

ଶ୍ରାବଣ ମାସ ୨୨ ଜୁଲାଇ ସୋମବାରରୁ ଆରମ୍ଭ ହୋଇଛି । ଅନେକ ଶ୍ରଦ୍ଧାଳୁ ଏହି ମାସରେ ଭଗବାନ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାର୍ଚ୍ଚନା କରି ଥାଆନ୍ତି । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ମନ୍ଦିରରେ ଜଳାଭିଷେକ କରି ଥାଆନ୍ତି । ରୁଦ୍ରାଭିଷେକ ମଧ୍ୟ କରି ଥାଆନ୍ତି ।

ଶ୍ରାବଣ ମାସରେ ଅନେକ ବ୍ରତ, ପର୍ବ ମଧ୍ୟ ପାଳନ କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସରେ ଭକ୍ତି ଭାବରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍ମାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ବିବାହ ଠାରୁ ଆରମ୍ଭ କରି ଚାକିରି ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଜାଣନ୍ତୁ ରାଶି ଅନୁଯାୟୀ କେମିତି କରିବେ ପୂଜା..

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷ ଶ୍ରାବଣ ମାସରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବେଲ ପତ୍ର, ଲାଲ ଚନ୍ଦନ, ଲାଲ ଫୁଲ ଅର୍ପଣ କରି ଭଗବାନଙ୍କ ପୂଜା କରନ୍ତୁ ।

ଶ୍ରାବଣ ମାସ: ଜାଣନ୍ତୁ କାଉଡିଆ କାହିଁକି କୁହନ୍ତି ବୋଲ୍‌ ବମ୍‌..

ବୃଷ – ଭଗବାନଙ୍କ କୃପା ପ୍ରାପ୍ତି ପାଇଁ ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀର, ଦହି, ଧଳା ଫୁଲ, ଗଙ୍ଗାଜଳ ଆଦିରେ ପ୍ରଭୁଙ୍କ ପୂଜା କରନ୍ତୁ । ଏହାସହ ମହାମୃତ୍ୟୁଞ୍ଜୟ ସହ ଅନ୍ୟ ମନ୍ତ୍ରର ମଧ୍ୟ ଜପ କରନ୍ତୁ ।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ପାଣିରେ ଦହି ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଆଖୁରସ ମଧ୍ୟ ଅର୍ପଣ କରି ପାରିବେ । ଏହାଦ୍ୱାରା ମନସ୍କାମନା ପୂରଣ ହେବା ସହ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

କର୍କଟ – ଶିବ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଏହି ରାଶିର ବ୍ୟକ୍ତି ବିଶେଷ ଧଳା ଫୁଲ, କ୍ଷୀର ଆଦି ଅର୍ପଣ କରନ୍ତୁ ।

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ପାଣିରେ ଗୁଡ ମିଶାଇ ଭୋଳାଶଙ୍କରଙ୍କୁ ଅର୍ପଣ କରନ୍ତୁ । ଫୁଲ, ଗହମ, ଲାଲ ଫୁଲ ଅର୍ପଣ କରିବା ମଧ୍ୟ ଶୁଭଙ୍କର ।

କନ୍ୟା –ଏହି ରାଶିର ବ୍ୟକ୍ତି ବିଶେଷ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର, ଦୁବ, ପାନ, ଦୁଦୁରା ଫୁଲ, ଗଙ୍ଗାଜଳ ଆଦି ଅର୍ପଣ କରନ୍ତୁ ।

ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

ତୁଳା- ଏହି ରାଶିର ବ୍ୟକ୍ତି ବିଶେଷ ଧଳା ଚନ୍ଦନ, ଗଙ୍ଗାଜଳ, ଦହି, ମହୁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ ଫୁଲ, ବେଲପତ୍ର ଅର୍ପଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ ।

ଧନୁ- ଭଗବାନ ଶଙ୍କରଙ୍କ ବିଶେଷ କୃପା ପାଇଁ ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀରରେ ହଳଦୀ ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ବେସନର ମିଠା ମଧ୍ୟ ଭୋଗ କରି ପାରିବେ ।

ମକର – ଏହି ରାଶିର ବ୍ୟକ୍ତି ବିଶେଷ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ନୀଳ ଫୁଲ, ବେଲପତ୍ର, ଶମି ପତ୍ର, ଦୁଦୁରା ଫୁଲ ଅର୍ପଣ କରନ୍ତୁ ।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ନୀଳ ଫୁଲ, ଶମି ପତ୍ର, ଆଖୁ ରସ ଆଦି ଅର୍ପଣ କରିବା ଶୁଭଙ୍କର ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ଫୁଲ, ଆଖୁ ରସ, କେସର ମିଶ୍ରିତ କ୍ଷୀର ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories