www.samajalive.in
Monday, December 15, 2025
16.1 C
Bhubaneswar

୧୧ ବର୍ଷର ବାଳକ ନିଜ ଜୀବନକୁ ୩ ଥର ବାଜି ଲଗାଇ ବଞ୍ଚାଇଲେ ମାଆ ଓ ଖୁଡୀଙ୍କ ଜୀବନ

ଗୌହାଟୀ . – ବୟସ ୧୧ ହେଲେ ଦାୟିତ୍ୱ ସମ୍ପନ୍ନ କରିଛି ଜଣେ ବଡ ମଣିଷ ପରି । ଉଛୁଳା ନଦୀ ଭିତରେ ନିଜ ଜୀବନକୁ ୩ ଥର ବାଜି ଲଗାଇ ନିଜ ମାଆ ଓ ଖୁଡୀଙ୍କର ଜୀବନ ରକ୍ଷା କରିଛି । ବ୍ରହ୍ମପୁତ୍ର ପରି ବିଶାଳ ନଦୀର ବନ୍ୟାର କରାଳ ଦାଉରୁ ଏହି ଦୁଇଜଣଙ୍କୁ ଜୀବନ ରକ୍ଷା କରିଛି । ଜୀବନଦାତ୍ରୀ ମାଆଙ୍କୁ ଦେଇଛି ନୂଆ ଜୀବନ । କେବଳ ମାଆ ନୁହଁ ଖୁଡୀଙ୍କ ଜୀବନ ମଧ୍ୟ ରକ୍ଷା କରିଛି ।

ଗୁରୁବାରରେ ବ୍ରହ୍ମପୁତ୍ରରେ ଏକ ମୋଟର ଚାଳିତ ଡଙ୍ଗା ଓଲଟି ପଡିଥିଲା । ଏହାପରେ ବୋଟରେ କୋମଲ କିଶୋର ଦାସ . ତାଙ୍କ ମାଆ ,ଖୁଡୀଙ୍କ ସହ ୩୬ ଜଣ ଯାତ୍ରୀ ଥିଲେ। ଡଙ୍ଗାଟି ଓଲଟି ପଡିବାପରେ କୋମଲ କିଶୋରଙ୍କ ମାଆ ତାଙ୍କୁ କୂଳକୁ ପହଁରି ଯିବା ପାଇଁ କହିଥିଲେ । କୂଳରେ ପହଞ୍ଚିବା ପରେ କୋମଲ କିଶୋର ଜାଣି ପାରିଲେ ତାଙ୍କର ମାଆ ଓ ଖୁଡୀ ପହଁରା ଜାଣନ୍ତି ନାହିଁ । ଏହାପରେ ସେ ନଦୀ ଭିତରକୁ ଡେଇଁ ପହଁରି ପହଁରି ନିଜ ମାଆଙ୍କୁ ରକ୍ଷା କରିଥିଲା । ଖୁଡୀଙ୍କୁ ରକ୍ଷା କରିବା ପରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା, ଜଣେ ଶିଶୁକୁ ଧରି ଥିବା ଅବସ୍ଥାରେ ରକ୍ଷା କରିଥିଲେ । ମାତ୍ର ଏତିକି ବେଳେ ମହିଳାଙ୍କ ହାତରୁ ଶିଶୁଟି ପ୍ରଖର ସ୍ରୋତରେ ଖସିଯାଇଥିଲା । ମହିଳା ଜଣଙ୍କ ବି ଶିଶୁ ରକ୍ଷା କରିବା ପାଇଁ ପ୍ରଖର ସ୍ରୋତକୁ ଡେଇଁ ପଡି ଭାସି ଯାଇଥିଲେ ।

- Advertisement -

ଏହି ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିବା ବେଳେ ଆହୁରି ୧୧ ଜଣ ନିଖୋଜ ଅଛନ୍ତି । ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ବେଆଇନ ଭାବେ ୧୮ଟି ମଟର ସାଇକେଲ୍‌ ସହ ୩୬ ଜଣ ଯାତ୍ରୀଙ୍କୁ ବ୍ରହ୍ମପୁତ୍ର ପାର କରାଯାଉଥିଲା। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories