ଏହି ଦିଗରେ ଆଲମିରା ରହିଲେ ମିଳିଥାଏ ଶୁଭ ଫଳ
ଘରେ ପ୍ରତ୍ୟେକ ଲୋକେ ପଇସା ରଖିବା ପାଇଁ ଆଲମିରାର ବ୍ୟବହାର କରିଥାଆନ୍ତି। ବେଳେ ବେଳେ ଏପରି ହୋଇଥାଏ ଯେ ଆଶାନୁଯାୟୀ ରୋଜଗାର କଲେ ମଧ୍ୟ ସେହି ଅନୁଯାୟୀ ଟଙ୍କା ସଞ୍ଚୟ ହୋଇପାରେ ନାହିଁ ଓ ଅଯଥାରେ ଖର୍ଚ୍ଚ ହୋଇଥାଏ। ଯାହା ଫଳରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଘରେ ଆଲମିରାରର ରହିବା ସ୍ଥାନ ଏହାର ମୁଖ୍ୟ କାରଣ ଅଟେ। ଏହାକୁ ଭୁଲ ଦିଗରେ ରଖିବା ଦ୍ୱାରା ଟଙ୍କାର ଅଭାବ ଦେଖା ଦେଇଥାଏ। କେଉଁ ଦିଗରେ ରଖିଲେ ଏହା ଶୁଭ ଫଳ ପ୍ରଦାନ କରେ ଆସନ୍ତୁ ଜାଣିବା …..
ଆଲମିରାର ମୁହଁ ଘରର କବାଟ ଆଡ଼କୁ ହେବା ଉଚିତ ନୁହେଁ। ଏପରି ଥିଲେ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
ଏହାର ମୁହଁ ଦକ୍ଷିଣ ପଟକୁ ହେବା ଉଚିତ ନୁହେଁ। ଏହା ଦ୍ୱାରା ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଆଲମିରାକୁ ସର୍ବଦା ଭୂମି ଠାରୁ କିଛି ଦୂରରେ ରଖିବା ଆବଶ୍ୟକ । ତେଣୁ ଏହାର ତଳେ ଷ୍ଟାଣ୍ଡର ବ୍ୟବହାର କରିବା ଆବଶ୍ୟକ ଅଟେ।
ମା’ଲକ୍ଷ୍ମୀ ସର୍ବଦା ସଫା ସ୍ଥାନକୁ ପସନ୍ଦ କରିଥାଆନ୍ତି। ଆଲମିରା ରହୁଥିବା ସ୍ଥାନକୁ ସର୍ବଦା ସ୍ୱଚ୍ଛ ରଖିବା ମଧ୍ୟ ଆବଶ୍ୟକ ଅଟେ।
ଏହାର ରଙ୍ଗ ଗାଢ ଲାଲ୍ କିମ୍ବା ସବୁଜ ରଙ୍ଗ ହେବା ଅନୁଚିତ। ଏଥିରେ ସର୍ବଦା ବିଷ୍ଣୁ ଲକ୍ଷ୍ମୀ ବା ଲକ୍ଷ୍ମୀ ଗଣେଶଙ୍କ ଫଟୋ ଲଗାଇବା ଆବଶ୍ୟକ ଅଟେ।
ଆଲମିରାକୁ ଉତ୍ତର – ପୂର୍ବ ଦିଗରେ ରଖିବା ଉଚିତ ନୁହେଁ । ଦକ୍ଷିଣ , ଦକ୍ଷିଣ – ପଶ୍ଚିମ ଏବଂ ପଶ୍ଚିମ ଦିଗରେ ରଖିଲେ ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ।