www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରେନ ଯାତ୍ରା ପୂର୍ବରୁ ସେଭ୍‌ କରନ୍ତୁ ଏହି ନମ୍ବର; ସବୁ ସମସ୍ୟାର ଚୁଟ୍‌କିରେ ହେବ ସମାଧାନ

ଡେସ୍କ: ଟ୍ରେନରେ ଯାତ୍ରା କରିବାବେଳେ ଅନେକ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏଭଳି ପରିସ୍ଥିତିରେ ଯେକେହି ଚିନ୍ତିତ ତଥା ଭୟଭୀତ ହେବା ସ୍ୱାଭାବିକ। କେବଳ ଏତିକି ନୁହେଁ, ଯାତ୍ରା ସମୟରେ ବହୁତ ଭୋକ ଲାଗୁଥିବା ଏବଂ ଆଖପାଖରେ ଖାଇବାକୁ କିଛି ନଥିବ, ସେହି ପରିସ୍ଥିତିରେ ମଧ୍ୟ ଯାତ୍ରା କୌଣସି ଦଣ୍ଡଠାରୁ କମ୍ ଲାଗେ ନାହିଁ। ତେବେ ଏନେଇ ଆପଣ ଏବେ ଆଉ ଚିନ୍ତିତ ହେବା ଆବଶ୍ୟକ ନାହିଁ। କାରଣ ଟ୍ରେନରେ ବସି ଆପଣ କିଛି ନମ୍ବର ଡାଏଲ କରି ସମସ୍ୟା ନେଇ ଅଭିଯୋଗ କରିବା ସହ ସମସ୍ତ ସୁବିଧା ମଧ୍ୟ ପାଇପା​‌ରିବେ। ଏପରି କରିବା ଦ୍ବାରା ଆପଣଙ୍କୁ ପ୍ରାୟ ୧୫ ମିନିଟ୍‌ରେ ସାହାଯ୍ୟ ମିଳିପାରିବ।

ଖାଦ୍ୟ ପାଇଁ ଏହି ନମ୍ବରରେ ସମ୍ପର୍କ କରନ୍ତୁ –

- Advertisement -

ଅଧିକାଂଶ ରେଳବାଇର ନିଜସ୍ୱ ପ୍ୟାଣ୍ଟ୍ରି କାର ଅଛି। କିନ୍ତୁ ଟ୍ରେନ୍ ଭିତରେ ଖାଦ୍ୟର ଏକ ଧାର୍ଯ୍ୟ ତାଲିକା ଅଛି। ତେବେ ସେହି ଖାଦ୍ୟ ଖାଇବାକୁ ଆପଣ ବାଧ୍ୟ ନୁହନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ଆରାମ ପାଇଁ ଆଇଆରସିଟିସି ଏକ ନୂତନ ସୁବିଧା ଆରମ୍ଭ କରିଛି। ଯେଉଁଠାରେ ଆପଣ ଆଇଆରସିଟିସିରୁ ନିଜ ପାଇଁ ଖାଦ୍ୟ ମଗାଇ କରିପାରିବେ। ଆଇଆରସିଟିସି ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଇ-କ୍ୟାଟରିଂ ସେବା ମାଧ୍ୟମରେ ଖାଦ୍ୟ ମଗାଇବା ପାଇଁ ହ୍ବାଟ୍ସଆପ୍ ଯୋଗାଯୋଗ ଆରମ୍ଭ କରିଛି। ନିଜ ସିଟ୍‌ରେ ବସି ନିଜ ମନ ପସନ୍ଦର ଖାଦ୍ୟ ମଗାଇବା ଏବେ ଖୁବ୍‌ ସହଜ ହୋଇଯାଇଛି। ଏଥିପାଇଁ ଆପଣଙ୍କୁ ହ୍ବାଟ୍ସଆପ୍ ନମ୍ବର + ୯୧-୮୭୫୦୦୦୧୩୨୩ ସହ ଯୋଗାଯୋଗ କରିବାକୁ ପଡିବ।

ସଫେଇ, ତକିଆ, କମ୍ବଳ ଓ ଖରାପ ବୋର୍ଡ଼ ପାଇଁ –

ତକିଆ, କମ୍ବଳ, ସଫେଇ ଓ ଭଙ୍ଗା କିମ୍ବା ଖରାପ ବୋର୍ଡ଼ ପାଇଁ ଆପଣ ୭୨୦୮୦୭୩୭୬୮ କିମ୍ବା ୯୯୦୪୪୧୧୪୩୯ ନମ୍ବରରେ କଲ୍‌ କରିପାରିବେ। ବିଶେଷ କଥା ହେଉଛି, ସଫେଇ ଓ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ କଲ୍‌ କରିବାର କୌଣସି ଆବଶ୍ୟକତା ନାହିଁ।

କନ୍‌ଫର୍ମ ଟିକେଟ୍‌ ଓ ପିଏନଆର –

ଏବେ ଲୋକମାନଙ୍କୁ ହ୍ବାଟ୍ସଆପ୍ ଜରିଆରେ ମଧ୍ୟ ପିଏନଆର ସ୍ଥିତି ଯାଞ୍ଚ କରିବାର ସୁବିଧା ମିଳୁଛି। ପ୍ରଥମେ ରେଳବାଇର ହ୍ବାଟ୍ସଆପ୍‌ ଚାଟ୍‌ବଟ୍‌ ନମ୍ବର +୯୧-୯୮୮୧୧୯୩୩୨୨କୁ ନିଜ ଫୋନରେ ସେଭ୍ କରନ୍ତୁ। ଏହାପରେ ଆପଣଙ୍କ ହ୍ବାଟ୍ସଆପ୍‌ରେ ଏହି ନମ୍ବରର ଚାଟ୍ ୱିଣ୍ଡୋ ଖୋଲନ୍ତୁ। ଏହାପରେ ଚାଟ୍ ୱିଣ୍ଡୋରେ ଆପଣଙ୍କର ରେଳ ଟିକେଟର ପିଏନଆର ନମ୍ବର ଦେଇ ମେସେଜ୍‌ ପଠାନ୍ତୁ। ପିଏନଆର ନମ୍ବର ପଠାଇବା ମାତ୍ରେ ରେଳବାଇର ଚାଟବଟ୍  ସମସ୍ତ ବିବରଣୀ ଏବଂ ଆଲର୍ଟ ସହିତ ଟ୍ରେନର ପ୍ରକୃତ ଯାତ୍ରା ସମୟ ଆପଣଙ୍କୁ ହ୍ବାଟ୍ସଆପ୍‌ରେ ପଠାଇବ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ହିଁ ପିଏନଆର ନମ୍ବର ପଠାଇ ଆପଣ ନିଜ ସିଟ୍‌ର ସ୍ଥିତି ଯାଞ୍ଚ କରିପାରିବେ।

ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କ୍ଷେତ୍ରରେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ –

ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଆପଣ ତୁରନ୍ତ ରେଳବାଇ ହେଲ୍ପଲାଇନ ନମ୍ବର ୧୩୮କୁ କଲ୍‌ କରନ୍ତୁ। ଏହାଦ୍ବାରା ଆପଣ ଆପଣଙ୍କ ସମସ୍ୟାର ସମାଧାନ ପାଇପାରିବେ। ଯଦି ୧୩୮କୁ କଲ୍‌ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଆପଣ ୯୭୯୪୮୩୪୯୨୪ ନମ୍ବରରେ ମଧ୍ୟ କଲ୍‌ କରିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories