www.samajalive.in
Tuesday, December 9, 2025
26.1 C
Bhubaneswar

ସଟ୍ଟା ଚଢ଼ାଉ, ୪ ଗିରଫ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାଞ୍ଚଳରେ ବ୍ୟାପକ ସଟ୍ଟା ଖେଳ ଚାଲୁଥିବା ବେଳେ ଗତ କାଲି ରାତିରେ ଜୟପାଟଣା ପୋଲିସ ବଡ଼କୁଟୁରୁ ଏବଂ ବିଜମରା ଗ୍ରାମରେ ଚଢ଼ାଉ କରି ସଟ୍ଟା ଡନ ସହ ତାର ୩ ସହଯୋଗୀଙ୍କୁ ଗିରଫ କରିଛି।

ଗତକାଲି ରାତିରେ ଜୟପାଟଣା ପୋଲିସ ସଟ୍ଟା ଖେଳ ସମ୍ପର୍କରେ ସୂଚନା ପାଇ ବଡକୁଟୁରୁ ଏବଂ ବିଜମରାରେ ଚଢ଼ାଉ କରାଯାଇଥିଲା । ମୁଖୀଗୁଡାରେ ରହୁଥିବା ଉପେନ୍ଦ୍ର ସାଗର(୪୨), ବଡକୁଟୁରୁ ଗ୍ରାମର ଦାଶରଥି ମାଝୀ (୪୧) ଓ ମିଲନ ବାରିକ(୨୧) ଏବଂ ବିଜମରା ଗ୍ରାମର କ୍ଷେତ୍ରମୋହନ ନାଏକ(୩୯)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ନଗଦ ୧୬,୧୩୦ ଟଙ୍କା, ୫ଟି ମୋବାଇଲ ଫୋନ, ସଟ୍ଟାରେ ବ୍ୟବହୃତ ହେଉଥିବା ଚିଟ ଜବତ କରାଯାଇଛି। ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ହେଲେ ଜୟପାଟଣା ରାଜରାସ୍ତା କଡରେ ଏକ ସଟ୍ଟା କାର୍ୟ୍ୟାଳୟ ଖୋଲାଯାଇଛି। ସେଠାକୁ ଲୋକେ ଖୋଲା ଖୋଲି ସଟ୍ଟାଖେଳ ପାଇଁ ଟଙ୍କା ବାନ୍ଧିବା ପାଇଁ ଯାଉଛନ୍ତି ଏବଂ ଟଙ୍କା ଆଣିବା ପାଇଁ ମଧ୍ୟ ଯାଉଛନ୍ତି । ହେଳେ ଏହି କାର୍ୟ୍ୟାଳୟ ସମ୍ପର୍କରେ ପୁଲିସ କିପରି ଟେର ପାଇ ପାରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରୁଛି । ଜୟପାଟଣାରେ ଖୋଲା ଖୋଲି ଭାବେ ଚାଲୁଥିବା ସଟ୍ଟାଖେଳ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories