୫ରୁ ହେବ ସାତକୋଶିଆ ଅଭୟାରଣ୍ୟରେ ହେବ ପକ୍ଷୀଗଣନା, ୧୪ଟି ଗ୍ରୁପ ଗଠନ

ହରଭଙ୍ଗା: ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡର ଚକ୍ରଗଡଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ୫ ତାରିଖରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ।ଏଥିପାଇଁ ୩୧ ଜଣ କର୍ମଚାରୀଙ୍କୁ ନେଇ ୧୪ଟି ଗ୍ରୁପ ଗଠନ କରାଯାଇଛି। ଏହି ଗ୍ରୁପରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ସ୍କାର୍ଡ, ରିସର୍ଚ୍ଚ ଅଫିସର ନିୟୋଜିତ ହେବେ। ଆଠମଲ୍ଲିକ ବନଖଣ୍ଡ ଅଧିକାରୀ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ନୟାଗଡ ବନଖଣ୍ଡ ଅଧିକାରୀ ଭଳି ୩ଟି ଡିଭିଜନର ବନଖଣ୍ଡ ଅଧିକାରୀ ମନିଟରିଙ୍ଗ କରିବେ।

Comments are closed.