ଥରୁରଙ୍କୁ ଘାରିଛି ଗିରଫ ଭୟ;ଅଗ୍ରୀମ ଜାମିନ ପାଇଁ କୋର୍ଟର ଦ୍ୱାରସ୍ତ

0

ନୂଆଦିଲ୍ଲୀ: ସୁନନ୍ଦା ପୁସ୍କର ମୃତ୍ୟୁ ଘଟଣାରେ କଂଗ୍ରେସ ନେତା ଶଶି ଥରୁର ଗିରଫ ହେବାର ସମ୍ଭାବନା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ପୁଲିସ ସୁନନ୍ଦାଙ୍କ ମୃତ୍ୟୁ ପାଇଁ ଶଶି ଓ ସୁନନ୍ଦାଙ୍କ ସମ୍ପର୍କରେ ଫାଟକୁ ଦାୟୀ କରିଛି। କାଲି ଶଶିଙ୍କୁ ବ୍ୟକ୍ତିଗତ ହାଜର ହେବାକୁ କୋର୍ଟ ନିର୍ଦେଶ ଦେଇଥିବାବେଳେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶଶିଙ୍କ ପକ୍ଷରୁ ଉକ୍ତ ମାମଲାରେ ଅଗ୍ରୀମ ଜାମିନ ଆବେଦନ କରାଯାଇଛି। ପୁଲିସ ଚାର୍ଜସିଟରେ ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବାକୁ ଶଶି ପ୍ରବତ୍ତାଇ ଥିବା ଉଲ୍ଲେଖ କରାଯାଇଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଶଶିଙ୍କୁ ପୁଲିସ ଗିରଫ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏହାକୁ ଦୃୃଷ୍ଟିରେ ରଖି ଶଶିଙ୍କ ପକ୍ଷରୁ ଆଜି କୋର୍ଟରେ ଆଗ୍ରୀମ ଜାମିନ ପାଇଁ ଆବେଦନ କରାଯାଇଛି। ପୁଲିସ ଆକ୍ରୋଶମୂଳକ ଭାବେ ଶଶିଙ୍କ ବିରୋଧରେ ଅଭିଯୋଗ ଫର୍ଦ ପ୍ରସ୍ତୁତ କରୁଛି ବୋଲି ଶଶିଙ୍କ ଓକିଲ କୋର୍ଟରେ ଯୁକ୍ତି ଦର୍ଶାଯାଇଛି। ଏହାର ଉତ୍ତର ରଖିବାକୁ କୋର୍ଟ ପକ୍ଷରୁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦିଆଯାଇଛି। ଆସନ୍ତା କାଲି ପଟିଆଲା କୋର୍ଟ ଉକ୍ତ ମାମଲାରେ ରାୟ ପ୍ରଦାନ କରିବ।

kalyan agarbati
Leave A Reply