ଶ୍ରୀ ଶ୍ରୀ ଶନିଶ୍ଚରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା, ମହାଯଜ୍ଞର ପୂର୍ଣ୍ଣାହୁତି
ସାରନଗରୀ,: ସାରନଗରୀ ସୁପରମାର୍କେଟସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀଶ୍ରୀ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଉତ୍ସବର ଶେଷ ଦିନରେ ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲ। ପୂର୍ଣ୍ଣାହୁତି କାର୍ଯ୍ୟ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ମିନିଟରେ ସମାପନ ହୋଇଥିଲ। ଯଜ୍ଞ କୁଣ୍ଡରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ନଡ଼ିଆ,ଘିିଅ ଆଦି ଅର୍ପଣ କରାଯାଇଥିଲ। ସମଗ୍ର ପରିବେଶ ଏକ ଆଧ୍ୟାତ୍ମିକ ବାତାବରଣରେ ଉଲ୍ଲସିତ ହୋଇ ଉଠିଥିଲ। ଏହି ଅବସରରେ ମହାପ୍ରଭୁ ଶନିଦେବଙ୍କ ଶନିଶ୍ଚର ବେଶର ଆୟୋଜନ କରାଯାଇଥିଲ। ସାରନଗରୀ ସମେତ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଶନି ମହାପ୍ରଭୁଙ୍କ ଅପାର କରୁଣା ଲାଭ କରିଥିଲେ।
କର୍ତ୍ତା ଭାବେ ଶ୍ରୀକାନ୍ତ ନାଥଶର୍ମା ଓ ସହଧର୍ମିଣୀ ରଂଜିତା ନାଥଶର୍ମା ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ଭାବେ ସୁଶାନ୍ତ ପାଢୀ,ପ୍ରାଣକୃଷ୍ଣ ମିଶ୍ର, ଅକ୍ଷୟ କୁମାର ମିଶ୍ର, ଦୀପକ ମିଶ୍ର, ଅଶୋକ ମିଶ୍ର ଯୋଗ ଦେଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ଲାଗି ଚରୁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ ହନୁମାନ ମନ୍ଦିର ପରିଚାଳନା କମିଟିର ହୃଶିକେଶ ସାହୁ, ଅଜୟ ନାୟକ, ବିରଞ୍ଚି ବେହେରା, ଧୀରେନ୍ଦ୍ର ନାୟକ, କୁଳମଣୀ ସାମଲ,ଏସଏନ୍ ପଣ୍ଡା, ଅନନ୍ତ ଜେନା, ଧୀରେନ୍ଦ୍ର ନାୟକ, ଶଶୀଭୂଷଣ ମହାନ୍ତ, ବିଦ୍ୟାଧର ସାହୁ,ସୁରେଶ କୁମାର ସୂତାର, କେଦାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ।
Comments are closed.