www.samajalive.in
Tuesday, December 9, 2025
16.1 C
Bhubaneswar

ଫୁସଫୁସ୍ କର୍କଟ ରୋଗରେ ପୀଡିତ ସଞ୍ଜୟ ଦତ୍ତ

ମୁମ୍ବଇ : ଫୁସଫୁସ୍ କର୍କଟ ରୋଗରେ ପୀଡିତ ହୋଇଛନ୍ତି ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ। ୬୧ ବର୍ଷୀୟ ସଞ୍ଜୟ ଗତ ୮ ତାରିଖରେ ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମୁମ୍ବଇ ଲୀଲାବତୀ ହସ୍ପିଟାଲରୁ ଆଜି ଡିସଚାର୍ଜ ହୋଇଥିଲେ। ହସ୍ପିଟାଲରୁ ଘରକୁ ଆସିବା ସମୟରେ ପାପାରାଜି ସାମ୍ନାରେ ହାତ ହଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

- Advertisement -

ଏହି ସୂଚନା ପାଇବା ମାତ୍ରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ସଲମାନ ଖାନଙ୍କ ଭଳି ତାରକା ତାଙ୍କୁ ଫୋନ କରିଥିଲେ କିନ୍ତୁ ଏହି ସମୟରେ ସେ କାହା ସହ କଥା ହୋଇନଥିବା ଜଣାପଡ଼ିଛି। ସଞ୍ଜୟ ଦତ୍ତଙ୍କ ପତ୍ନୀ  ଏବଂ ସେମାନଙ୍କର ଦୁଇ ପିଲା ବର୍ତ୍ତମାନ ଦୁବାଇରେ ଅଛନ୍ତି। ଏହି ସୂଚନା ପାଇବା ପରେ ତାଙ୍କ ବାସଭବନକୁ ଆସିଥିବା ସଞ୍ଜୟଙ୍କ ସାଙ୍ଗମାନଙ୍କ କହିବାନୁସାରେ, ବର୍ତ୍ତମାନ ଯେଉଁ ପର୍ଯ୍ୟାୟରେ କର୍କଟ ରୋଗ ଅଛି, ଏହାର ଚିକିତ୍ସା କରାଯାଇପାରିବ। ମାତ୍ର ଏଥିପାଇଁ ସଞ୍ଜୟ ଦତ୍ତଙ୍କୁ ତୁରନ୍ତ ଆମେରିକା ଯିବାକୁ ପଡିବ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories