BJD Bijuli 480×75 Mob

ମୁକ୍ତିଲାଭ କଲା ସଞ୍ଜୟ ଦତ୍ତଙ୍କ ‘ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟାର-୩’ର ନୂଆ ଟିଜର

BJD Bijuli 480×75 Mob
0

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସଞ୍ଜୟ ଦତ୍ତଙ୍କ ହାତରେ ଅନେକ ଗୁଡିଏ ଚଳଚ୍ଚିତ୍ର ରହିଛି। ଗୋଟେ ପଟେ ତାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ସଞ୍ଜୁ ଯଥାଶୀଘ୍ର ମୁକ୍ତିଲାଭ କରିବାକୁୁ ଥିଲାବେଳେ ଅନ୍ୟପଟେ ମଙ୍ଗଳବାର ତାଙ୍କର ଆଉଏକ ଚଳଚ୍ଚିିତ୍ରର ଟିଜର ମୁକ୍ତିଲାଭ କରିସାରିଛି।
ମୁକ୍ତିଲାଭ କରିବାକୁଥିବା ଚଳଚ୍ଚିତ୍ରଟି ହେଉଛି ‘ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟାର ୩’। ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ତିଗମାନ୍‍ସ ଧୁଲିଆ। ଏହା ଚଳଚ୍ଚିତ୍ର ସାହେବ ବିବି ଏବଂ ଗ୍ୟାଙ୍ଗଷ୍ଟାରର ତୃତୀୟ ଭାଗ। ସଞ୍ଜୟ ଦତ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ଚଳଚ୍ଚିତ୍ରର ଟିଜର ସେୟାର କରି ଲେଖିଛନ୍ତି ହଁ ମୁଁ ଖଳନାୟକ ଏବେ ମୁଁ ଗ୍ୟାଙ୍ଗଷ୍ଟାର। ରିଲିଜ ହୋଇଥିବା ୧୫ସେକେଣ୍ଡର ଏହି ଟିଜରରେ ସଞ୍ଜୟ ଦତ୍ତ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି।

Leave A Reply