www.samajalive.in
Monday, December 15, 2025
17.1 C
Bhubaneswar

କଳା ଏବଂ କଳାକାର ଆମ ସମୃଦ୍ଧ ସଂସ୍କୃତିର ପରିବାହକ – ରାଷ୍ଟ୍ରପତି

ସଭ୍ୟତା ମାଧ୍ୟମରେ ଆମର ବସ୍ତୁଗତ ସଫଳତା ସାମ୍ନାକୁ ଆସେ, କିନ୍ତୁ ସଂସ୍କୃତି ମାଧ୍ୟମରେ ଆମ ଐତିହ୍ୟର ସ୍ରୋତ ପ୍ରବାହିତ ହୁଏ। ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ସଂଗୀତ ନାଟକ ଏକାଡେମୀ ଫେଲୋସିପ ଏବଂ ପୁରସ୍କାର ପ୍ରଦାନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ଆମର କଳା ଏବଂ କଳାକାରମାନେ ଆମର ସମୃଦ୍ଧ ସଂସ୍କୃତିର ପରିବାହକ। ସଙ୍ଗୀତ-ନାଟକ ପରି କଳାର ରୂପ ଭାଷା ଏବଂ ଭୌଗଳିକ ସୀମା ମଧ୍ୟରେ ସୀମିତ ନୁହେଁ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ଭାରତରତ୍ନ ପୁରସ୍କାର ପ୍ରାପ୍ତ ଏସ ଏମ୍ ସୁବୁଲକ୍ଷ୍ମୀ, ପଣ୍ଡିତ ରବି ଶଙ୍କର, ଉସ୍ତାଦ୍ ବିସମିଲା ଖାନ୍, ଲତା ମଙ୍ଗେଶକର, ପଣ୍ଡିତ ଭୀମସେନ ଯୋଶୀ ଏବଂ ଭୁପେନ ହଜାରିକାଙ୍କ ସଙ୍ଗୀତ ଭାଷା କିମ୍ବା ଭୌଗଳିକ ସ୍ତରରେ ସୀମିତ ନଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକାଡେମୀ ରତ୍ନ ଏବଂ ଏକାଡେମୀ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ଏହି ପୁରସ୍କାର ପ୍ରଦର୍ଶନ କଳା କ୍ଷେତ୍ରରେ ସର୍ବୋଚ୍ଚ ଜାତୀୟ ସମ୍ମାନ ଅଟେ। ତେଣୁ ଏହି ସଫଳତା ପାଇଁ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆମ ପରମ୍ପରାରେ କଳା ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ, ଜୀବନର ଶକ୍ତି ଓ ସତ୍ୟ ଖୋଜିବା ପାଇଁ ଏକ ମାଧ୍ୟମ। ଏହି କଳା ମାଧ୍ୟମରେ ଉପାସନା, ଅର୍ଚନା ଏବଂ ସ୍ତୁତି କରାଯାଇଥାଏ। ଏହା ଦ୍ୱାରା ଜନ କଲ୍ୟାଣକାରୀ ଭାବନାର ପ୍ରସାର ହୁଏ। ସେ କହିଛନ୍ତି, ଯିଏ ସୁନ୍ଦର ତାଙ୍କୁ ସମ୍ମାନ ଦିଆଯାଏ, ପ୍ରକୃତିର ସମ୍ମାନ କରାଯାଏ ଓ ନୂତନ ଫସଲକୁ ମଧ୍ୟ ସ୍ୱାଗତ କରାଯାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories