www.samajalive.in
Saturday, December 13, 2025
26.1 C
Bhubaneswar

ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର

ଭୁବନେଶ୍ବର: ମୁକ୍ତା ଯୋଜନାକୁ ଆହୁରି ଅଧିକ ଗତିଶୀଳ କରିବା ନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି। ଗତ ସୋମବାର ଦିନ ଗୃହ ଓ ନଗରଉନ୍ନୟ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଏବଂ ସହରାଚଂଳ ପରିଚାଳନା ସଂସ୍ଥାର ନିର୍ଦ୍ଦେଶିକା ମାନଭିତା ବରାଡି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ମୁକ୍ତା ଯୋଜନାରେ ଯୋଡ଼ି ହେଉଥିବା ଏସଏଚଜି ଓ ବସ୍ତି ଉନ୍ନୟନ କମିଟିଗୁଡ଼ିକର ଦକ୍ଷତା ବିକାଶ କରି ସେମାନଙ୍କ ଦ୍ବାରା ଅଧିକରୁ ଅଧିକ କାମ କରାଇବା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରାଥମିକତା ଦେଇଛି।

ମୁକ୍ତା ଯୋଜନାରେ ଏସଏଚଜିମାନଙ୍କର ଯୋଗଦାନ ବୃଦ୍ଧି ହେବା ସହ କାର୍ୟ୍ୟ ମଧ୍ୟ ବୃଦ୍ଧି ହୋଇଛି । ଏହାଦ୍ବାରା ସହରାଞ୍ଚଳଗୁଡ଼ିକରେ କଣ୍ଟ୍ରାକ୍ଟର ମୁକ୍ତ ହେବା ସହ ଗୋଷ୍ଠୀ କଣ୍ଟ୍ରାକ୍ଟର ବ୍ୟବସ୍ଥାର ଉନ୍ନତି ଅଣିବା ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ରାଜ୍ୟର ୧୧୫ ପୌରାଞ୍ଚଳରେ ୨୦ ହଜାରରୁ ଅଧିକ ଏସଏଚଜି ଓ ୧ ହଜାରରୁ ଅଧିକ ବସ୍ତି ଉନ୍ନୟନ କମିଟି ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାମ ହାତକୁ ନେଇ କାର୍ୟ୍ୟ କରୁଛନ୍ତି। ଯାହାଦ୍ବାରା ଏହି ଯୋଜନାର ରୂପ ରେଖ ବୃଦ୍ଧିି ହେବାରେ ଲାଗିଛି।

- Advertisement -

ଏହି ସଂସ୍ଥା ତୃଣମୂଳ ସ୍ତରରେ ଦକ୍ଷତାବୃଦ୍ଧି କ୍ଷେତ୍ରରେ ସହଯୋଗ କରିବ ବୋଲି ବିଭାଗ କହିଛି। ଏସଏଚଜି ଓ ବସ୍ତି ଉନ୍ନୟନ ସଂସ୍ଥାଗୁଡ଼ିକୁ ତାଲିମ ପ୍ରଦାନ କରାଯିବ। ଏସଏଚଜିମାନଙ୍କୁ ନାନେ କଣ୍ଟ୍ରାକ୍ଟର ଭାବେ ବର୍ତ୍ତମାନ ବିଭାଗ ଗ୍ରହଣ କରୁଛି। ସେମାନଙ୍କୁ ଯେପରି କେହି ଠକି ନ ପାରିବେ ଓ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବେ ସେଥ୍ଖପାଇଁ ତାଲିମ ପ୍ରଦାନ କରାଯିବ। ଏଥିପାଇଁ ୯ ଟି କ୍ଲଷ୍ଟରରେ ୧୧୫ ଟି ପୈାରାଞ୍ଚଳରେ ଏହି ତାଲିମ ପ୍ରଦାନ କରାଯିବ। ଏହା ନିୟମିତ ଭାବେ ଜାରି ରହିବ। ତାଲିମ ପରେ ମଧ୍ୟ ଆସେସମେଣ୍ଟ କରାଯାଇ ଗୋଷ୍ଠୀଗୁଡ଼ିକର ଦକ୍ଷତା ବୃଦ୍ଧି କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନା ଜାରି ରହିଛି। କୋଭିଡ ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଯୋଜନାରେ ପରିଣତ ହୋଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୧୫ଟି ସହରରେ ୭ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨ ହଜାର ୫୦୦ ଗୋଷ୍ଠି ସ୍ତରୀୟ ବିକାଶ କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଯେଉଁଥିରେ ପକ୍କା ସଡ଼କ, ଡ୍ରେନ, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ କାର୍ୟ୍ୟ ଅନ୍ତର୍ଭୁକ୍ତ ରହିଛି।

ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଙ୍ଗଠନ ଓଡ଼ିଶା ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧୀନରେ କାର୍ୟ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି। ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ନଗରଉନ୍ନୟନ ବିଭାଗ ଯୁଗ୍ମ ସଚିବ ସୁଡା ନିର୍ଦ୍ଦେଶକ ତଥା ମୁକ୍ତା ଯୋଜନା ରାଜ୍ୟ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବାଭାଗୀୟ ପଦାଧିକାରୀମାନେ ଉପସ୍ଥାତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories