ଡେସ୍କ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ଦିଲ୍ଲୀପ ବେହେରାଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଇଥିବା ସମ୍ବାଦ ସତ୍ୟ ନୁହେଁ ବୋଲି ପ୍ରଦେଶ କଂଗ୍ରେସ କମିଟି ସ୍ପଷ୍ଟ କରିଛି। କେତେକ ଖବର କାଗଜରେ ପ୍ରକାଶିତ ଏ ସମ୍ପର୍କିତ ସମ୍ବାଦର କୌଣସି ସତ୍ୟତା ନ ଥିବା ପିସିସି କହିଛି। ପିସିସି ବା ଏଆଇସିସି ପକ୍ଷରୁ କୌଣସି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଇତି ମଧ୍ୟରେ ପୁନଃ ନିଯୁକ୍ତି ଦିଆ ଯାଇନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
Popular Categories



