www.samajalive.in
Thursday, December 11, 2025
15.1 C
Bhubaneswar

ଆଇଏମଆଇଟି ଏମସିଏ ବିଭାଗରେ ଆଲୋଚନା ଚକ୍ର

ଡେସ୍କ: କଟକ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ – ଆଇଏମଆଇଟି ଏମସିଏ ବିଭାଗରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ‘Hybrid Way Of Working Agile Methodologies, Along with Telecom IT Landscape Regarding The Current Industry Standards। ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଆଇଏମଆଇଟିର ପୂର୍ବତନ ଛାତ୍ର ତଥା ଜର୍ମାନୀର ଟେଲିଫୋର୍ଣ୍ଣିକା କମ୍ପାନୀରେ ସିନିଅର ଡେଲିଭରି ମ୍ୟାନେଜର ଭାବେ କାର୍ଯ୍ୟରତ ସଂଜୀବ ଦାଶ ଯୋଗ ଦେଇଥିଲେ। ଏମସିଏ ବିଭାଗର ମୁଖ୍ୟ ଡଃ ଶୁଭେନ୍ଦ୍ର କୁମାର ଜୟସିଂହ ଆଲୋଚନାଚକ୍ରକୁ ଉଦଘାଟନ କରି ଆଲୁମନି ମାନଙ୍କର ଛାତ୍ରଛାତ୍ରୀମାନଙ୍କ ଉନ୍ନତି ପାଇଁ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଆଇଏମଆଇଟିର ପୂର୍ବତନ ଛାତ୍ର ତଥା ଭୁବନେଶ୍ୱର ଇନଫୋସିସର କନ୍ସଲଟାଣ୍ଟ କୁମାର ପ୍ରସନଜିତ ସାହୁ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଆଲୋଚନାଚକ୍ରରେ ଉଭୟ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ଏବଂ ଏମସିଏ ବିଭାଗର ଅଧ୍ୟାପକ ସତ୍ୟପ୍ରକାଶ ସ୍ୱାଇଁ, ସୃତିପ୍ରଜ୍ଞା ସ୍ୱାଇଁ ଏବଂ ଅରୁଣ କୁମାର ସ୍ୱାଇଁ ଉପସ୍ଥିତ ଥିଲେ। ଶେଷରେ ଏମସିଏ ସଂଯୋଜିକା ଅଧ୍ୟାପିକା ସୁଜାତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories