www.samajalive.in
Sunday, December 14, 2025
19.1 C
Bhubaneswar

ସବ ଜୁନିଅର ଜାତୀୟ ମହିଳା ଖୋଖୋ ଖେଳାଳିଙ୍କ ଆତ୍ମହତ୍ୟା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ନୟା ଧନୁର୍ଜୟପୁର ଗ୍ରାମର ଜଣେର ଜାତୀୟ ମହିଳା ଖୋଖୋ ଖେଳାଳି ମନିକା ନାଏକ(୧୭) ନିଜ ଘର ଭିତରେ ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମନିକାର ମୃତ୍ୟୁ ହୋଇଥିବା ସମ୍ପର୍କରେ ବାରିଆ ପୁଲିସ ଖବର ପାଇ ଝୁମ୍ପୁରା ଡାକ୍ତର ଖାନାରେ ପହଞ୍ଚି ମନିକାର ମୃତଦେହକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି କାହିଁକି ସେ ଆତ୍ମହତ୍ୟା କଲେ ତାର କାରଣ ସମ୍ପର୍କରେ ତଦନ୍ତ ଜାରୀ ରଖିଛି।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ ନୟା ଧନୁର୍ଜୟପୁର ଗ୍ରାମର ଚିତ୍ତରଞ୍ଜନ ନାଏକଙ୍କ ଝିଅ ମନିକା ନାଏକ(୧୭) ଗୁରୁବାର ନିଜ ଶୋଉଥିବା ଘର ଭିତରେ ପଶି ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। ପରିବାର ଲୋକ ମନିକା ଶୋଇବା ଘରର କବାଟ ବନ୍ଦ ଥିବାରୁ କବାଟ ଖୋଳିବା ପାଇଁ ମନିକାକୁ କହିଥିଲେ କିନ୍ତୁ ମନିକା କବାଟ ଖୋଲି ନଥିବାରୁ ପରିବାର ଲୋକ କବାଟ ଭାଙ୍ଗି ଘର ଭିତରକୁ ପଶି ଦେଖିଲା ବେଳକୁ ମନିକା ବେକରେ ଦୌଡି ଦେଇ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା। ତାକୁ ସେଠାରୁ ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

- Advertisement -

ମନିକା ଜଣେ ଉଚ୍ଚ କୋଟିର ଖେଳାଳି ଭାବରେ ବେଶ ପରିଚିତ ଥିଲେ ସେ ସ୍କୁଲରେ ପାଠ ପଢୁଥିବା ସମୟରୁ ଖୋଖୋ ଖେଳ ପ୍ରତି ରୁଚି ରଖିଥିଲେ। ନିଶାଗଡିଆ କନ୍ୟା ଆଶ୍ରମରେ ଶିକ୍ଷା ଗ୍ରହଣ କରୁଥିବା ସମୟରେ ବ୍ଲକ, ଜିଲା ଏବଂ ରାଜ୍ୟସ୍ତରରେ ହେଉଥିବା ଖେଳରେ ଅଂଶ ଗ୍ରହଣ କରି କୃିତିତ୍ୱ ଲାଭକରି ଆସୁଥିଲେ।

ସେ ଓଡିଶା ଖୋଖୋ ଦଳରେ ସାମିଲ ହୋଇ ଅନେକ ଦଳଗତ ବିଜୟ ଲାଭ କରିଥିଲେ। କିିଛି ଦିନ ତଳେ ଝାରଖଣ୍ଡ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଖେଳ ଇଣ୍ଡିଆ ଜୁନିଅର ଏବଂ ସବ ଜୁନିଅର ଜାତୀୟ ମହିଳା ଖୋଖୋ ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରି ବିଜୟ ଲାଭ କରିବା ସହିତ ସେ ବିଜୟ ଟ୍ରଫି ସହିତ ୨ ଲକ୍ଷ ୭୫ ହଜାର ଟଙ୍କାର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଉଖୁଣ୍ଡା ସ୍ଥିତ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ମନିକାର ମୃତ୍ୟୁର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ମନିକା ଜଣେ ଝୁମ୍ପୁରା ବ୍ଲକର ଜାତୀୟ ଖେଳାଳି ହୋଇଥିବାରୁ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଝୁମ୍ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୟାଧନୁର୍ଜୟପୁର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories