ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ,୨ ଗିରଫ
କାରରେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ସହିତ ୨୫ ବର୍ଷ ଲେଖା ଥିବା ଲୋଗୋ
ମୋହନା : ଗଜପତି ଜିଲ୍ଲାରୁ ଦିନକୁ ଦିନ ଚନ୍ଦନ ବଣ ଲୋପ ପାଇବାରେ ଲାଗିଛି । ଚନ୍ଦ୍ରଗିରି ବନବିଭାଗର ଅପାରଗତାରୁ ଜଙ୍ଗଲ ଧ୍ବଂସ ହେବା ସହ ଦଲାଲମାନେ ମୂଲ୍ୟବାନ ଗଛ କାଟି ନେଉଛନ୍ତି । ଏବେ ବାହାର ଜିଲ୍ଲାର ଚନ୍ଦନ ଦସ୍ୟୁଙ୍କ ଲୋଲୁପ ଦୃଷ୍ଟି ପଡିଛି ଗଜପତି ଜିଲ୍ଲାର ଚନ୍ଦନ ବନ ଉପରେ ।
ରବିବାର ମୋହନା ପୁଲିସ ଲୁହାଗୁଡି ପଞ୍ଚାୟତ ଅଧିନ କମଳାପୁର ନାକା ଚେକ ଗେଟ ଅଞ୍ଚଳରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ଏକ କାରକୁ ଯାଞ୍ଚ କରିବା ବେଳେ କାର ଡିକିରୁ ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ କରିଥିଲେ ।
ଯାହାର ପରିମାଣ ୧୮୦ କେଜି। ରା.ଉଦୟଗିରି ଥାନା ଅନ୍ତର୍ଗତ ରାମଗିରି ବନାଞ୍ଚଳରୁ ଚନ୍ଦନକାଠ ସଂଗୃହିତ କରାଯାଇ ମାଫିଆ ମାନଙ୍କଦ୍ୱାରା ପୁରୀ ଚାଲାଣ ହେଉଥିବା ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ ନିସିକା କହିଛନ୍ତି । ଏହି ଚୋରା ଚାଲାଣରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଅଞ୍ଚଳର ଜମାଲ ଖାନ ଓ ସୁଜାଦିନ ଖାନ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ନଗଦ ୫୩୬୦ ଟଙ୍କା ମଧ୍ୟ ପୁଲିସ ଜବତ କରିଛି । ଜବତ ଚନ୍ଦନ କାଠକୁ ଚନ୍ଦ୍ରଗିରି ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । କୌତୁହଳର ବିଷୟ ମାଫିଆମାନେ ପୁଲିସ ହାବୁଡରୁ ବର୍ତ୍ତିବା ପାଇଁ କାରର ସମ୍ମୁଖଭାଗ ଗ୍ଳାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟ ସହିତ ୨୫ ବର୍ଷ ଲେଖା ଥିବା ଲୋଗୋ ଲଗାଇଥିଲେ।
Comments are closed.