www.samajalive.in
Monday, December 8, 2025
14.1 C
Bhubaneswar

୧୨ଜିବି ରାମ ଓ ୫୧୨ଜିବି ଇଣ୍ଟରନାଲ ଷ୍ଟୋରେଜ ସହ ଭାରତୀୟ ବଜାରକୁ ଆସିଲା “ସାମସଙ୍ଗ ଗାଲାକ୍ସି ଫୋଲ୍ଡ”

ନୂଆଦିଲ୍ଲୀ : କୋରିଆର ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ତାର ପ୍ରଥମ ଫୋଲ୍ଡେବୁଲ ସ୍ମାର୍ଟପୋନ ଲଞ୍ଚ କରିଛି। ଯାହାର ନାମ ସାମସଙ୍ଗ ଗାଲାକ୍ସି ଫୋଲ୍ଡ। ଏଥିରେ ଜବରଦସ୍ତ କ୍ୟାମେରା ସହ ଭଲ ଡିସପ୍ଲେ ଦିଆଯାଇଛି। ଯାହା ଦର୍ଶକମାନଭ୍କୁ ବେଶ୍ ପସନ୍ଦ ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।
ଏହି ଫୋନର ମୂଲ୍ୟ ୧ଲକ୍ଷ ୬୪ହଜାର ୯୯୯ଟଙ୍କା। ଅକ୍ଟୋବର ୪ରୁ ଏହି ଫୋନର ପ୍ରି-ବୁକିଙ୍ଗ ଆରମ୍ଭ ହେବାକୁଥିବାବେଳେ ଅକ୍ଟୋବର ୨୦ରୁ ଏହାର ବିକ୍ରି ଆରମ୍ଭ ହେବ।
ସାମସଙ୍ଗ ଗାଲାକ୍ସି ଫୋଲ୍ଡରେ ୭.୩ଇଞ୍ଚର ଏମୋଲେଡ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ୍ ୧୫୩୬/୨୧୫୨ ପିକ୍ସଲ ରହିଛି। ଏହି ଫୋନକୁ ଫୋଲ୍ଡ କଲାପରେ ଏହାର ସାଇଜ୍ ୪.୬ ହୋଇଯିବ। ଏଥିରେ ୧୨ଜିବି ରାମ ସହିତ ୫୧୨ଜିବି ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି।

pic courtesy-The telegraph

ଏଥିରେ ୬ଟି କ୍ୟାମେରା ସେନସର ରହିଛି। ଏହାସହିତ ଫୋନରେ ଟ୍ରିପଲ ରିଅର କ୍ୟାମେରା ଦିଆଯାଇଛି, ଯେଉଁଥିରେ ୧୨ମେଗାପିକ୍ସେଲର ୱାଇଣ୍ଡ ଆଙ୍ଗଲ, ୧୨ମେଗାପିକ୍ସେଲ ଟେଲିଫଟୋ ଲେନ୍ସ, ୧୬ମେଗାପିକ୍ସେଲ ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ ଲେନ୍ସ ମିଳିବ। ସେହିଭଳି ଫୋନରେ ସେଲଫି ପାଇଁ ୧୦ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।
ସଂଯୋଗ ପାଇଁ ଫୋନ‌ରେ ୪ଜି ଭୋଲଟିଇ, ୱାଇ-ଫାଇ ୬, ବ୍ଲୁଟୁଥ ଭର୍ଜନ ୫.୦, ଜିପିଏସ୍, ଏନଏଫସି ଏବଂ ୟୁଏସବି ଟାଇପ-ସି ଭଳି ଫିଚର୍ସ ଦିଆଯାଇଛି। ଫୋନରେ ୪ହଜାର ୩୮୦ଏମ୍ଏଚ୍ ବ୍ୟାଟେରୀ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories