www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳାଙ୍କୁ ସୁରକ୍ଷା, ସମ୍ମାନ ଦେବାରେ ସରକାର ବିଫଳ

ଭୁବନେଶ୍ୱର : ନାରୀ ଜାତିକୁ ସମ୍ମାନ ଓ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମହିଳା ଚାଲାଣ, ଶିଶୁ କନ୍ୟା ବିକ୍ରି, ମଦ ପ୍ରସାରଣଜନିତ କାରଣରୁ ବୃଦ୍ଧି ପାଉଥିବା ଘରୋଇ ହିଂସା, ବଳାତ୍କାର, କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଶୋଷଣ ପ୍ରଭୃତିରେ ସରକାରଙ୍କ ଉଦାସୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସମୃଦ୍ଧ ଓଡ଼ିଶା ମହିଳା ସମାବେଶରେ ସଭାପତି ଡ. ଯତୀଶ ଚନ୍ଦ୍ର ମହାନ୍ତି କହିଛନ୍ତି।
ମଦ ବିକ୍ରିରେ ଏକ ନମ୍ବର ରାଜ୍ୟ ହେବାର ପୁରସ୍କାର ପାଇଥିବା ଓଡ଼ିଶାରେ ଆଜି ମହିଳାମାନେ ଅସୁରକ୍ଷିତ। ଜାତୀୟ ଅପରାଧ ନଥି ବ୍ୟୁରୋ (ଏନସିଆରବି), ଶକ୍ତି ବାହିନୀ ରିପୋର୍ଟ ଓ ଗଣମାଧ୍ୟମର ତଥ୍ୟ ଅନୁସାରେ ଓଡ଼ିଶାରେ କ୍ରମାଗତ ଭାବରେ ଘରୋଇ ହିଂସା, ମହିଳା ଚାଲାଣ ଏବଂ ନାରୀ ନିର୍ଯାତନା ବୃଦ୍ଧି ପାଇଛି। ରାଜ୍ୟର ୨୬ଟି ଜିଲାରୁ ମହିଳା ଚାଲାଣ ହେବା ସମସ୍ତଙ୍କ ପାଇଁ ଲଜ୍ଜାର ବିଷୟ। ୨୦୨୦ରେ ୨୫୫୬ ମହିଳା ନିଖୋଜ, ୨୨୭ ଶିଶୁ କନ୍ୟା ଚାଲାଣ, ୨୫ ହଜାର ୪୮୯ ମହିଳାଙ୍କ ଦ୍ବାରା ଥାନାରେ ଘରୋଇ ହିଂସାର ଏତଲା ଦାଏର ପ୍ରଭୃତି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ୭ ବର୍ଷର ଶିଶୁ କନ୍ୟା ଓ ୭୦ ବର୍ଷର ବୃଦ୍ଧା ମା’ ମଧ୍ୟ ଆଜି ଅସୁରକ୍ଷିତ ବୋଲି ସମୃଦ୍ଧ ଓଡ଼ିଶା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଡ. ମିନାକ୍ଷୀ ଦାଶ କହିଥିଲେ।
ଦଳିତ, ଆଦିବାସୀ, ପଛୁଆବର୍ଗର ସମସ୍ତ ମହିଳାଙ୍କୁ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମରେ ସାମିଲ ସହ ପ୍ରତ୍ୟେକ ପରିବାର ସର୍ବନିମ୍ନ ଆୟ ୨୦ ହଜାର ଟଙ୍କାରୁ ଅଧିକ ହୋଇ ପାରିବ ସେ ଦିଗରେ ସରକାର ଗୁରୁତ୍ବ ଦେବାକୁ ଦାବି ହୋଇଛି। ସମୃଦ୍ଧ ଓଡ଼ିଶା ଶାସନକୁ ଆସିଲେ ସମସ୍ତ ନାରୀ ନିର୍ଯାତନାର ଅଭିଯୋଗକୁ ଗୁରୁତର ସହ ବିଚାର କରାଯାଇ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ। ଭିନ୍ନକ୍ଷମ ମହିଳା, ବିଧବା, ଅସହାୟ ଅବସ୍ଥାରେ ଥିବା ସମସ୍ତ ମା’ଙ୍କୁ ମାସିକ ୩ ହଜାର ଟଙ୍କାର ବ୍ୟବସ୍ଥା କରାଯାଇ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାରେ ସହାୟତା ପ୍ରଦାନ କରାଯିବ। ମହିଳା ଉଦ୍ୟୋଗୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ସମ୍ପୃକ୍ତ ମହିଳା ହିଁ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବେ ବୋଲି ମହିଳା ସମାବେଶରେ ଯୋଗ ଦେଇଥିବା ସମୃଦ୍ଧ ଓଡ଼ିଶାର ଉପଦେଷ୍ଟା ଜଷ୍ଟିସ ଉମାଚରଣ ମିଶ୍ର, ବରିଷ୍ଠ ଉପସଭାପତି ପଞ୍ଚାନନ ଦାଶ ଓ ଅନ୍ୟ ନାରୀନେତ୍ରୀ ମତ ପ୍ରକାଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories