ମନରେଗାରେ ଶ୍ରମିକ ଭାବେ ମାଟି କାମ କଲେ ବିରିପାଲି ସମିତି ସଭ୍ୟ

ବଙ୍ଗୋମୁଣ୍ଡା -ମନରେଗା ଯୋଜନା ସତ୍ତ୍ୱେ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦାଦନ ହ୍ରାସ ପାଉନାହିଁ ।ମନରେଗା ଯୋଜନାରେ କାମ କରି ଠିକ ସମୟରେ ମଜୁରୀ ପାଉନଥିବାରୁ ଶ୍ରମିକ ମାନେ କାମ କରିବା ପାଇଁ ବିମୁଖ ହେଉଛନ୍ତି ।ଏଭଳି ସ୍ଥିତିରେ ଶ୍ରମିକ ମାନଙ୍କ ଉତ୍ସାହିତ କରିବା ସହ ମଜୁରୀ ବୃଦ୍ଧି ଦାବି ନେଇ ଜନପ୍ରତିନିଧି ଶ୍ରମିକ ଭାବେ କାମ କରିବା ନେଇ ଚର୍ଚ୍ଚା ଧରିଛି । ବଙ୍ଗୋମୁଣ୍ଡା ବ୍ଲକ ବିରିପାଳି ପଞ୍ଚାୟତର ବସ୍ତ୍ରେନ ମୁଣ୍ଡା ପୋଖରୀ ରେ ମନରେଗା ଯୋଜନାରେ ମାଟି ଉନ୍ନତି କାମ ଚାଲୁଛି ।

prayash

ବିରିପାଳି ସମିତି ସଭ୍ୟ ଯୋଗେଶ୍ଵର ବେହେରା ନିଜେ ଶ୍ରମିକ ଭାବେ ମାଟି ବୋହି ଅନ୍ୟ ଶ୍ରମିକ ମାନଙ୍କୁ ମାଟି କାମ କରିବା ପାଇଁ ଉତ୍ସାହିତ କରିଛନ୍ତି । ପ୍ରଥମ ଦିନରେ ୩୦ ଜଣ ଶ୍ରମିକ ମାଟି କାମ ପାଇଁ ଆଗେଇ ଆସିଥିବା ବେଳେ ବର୍ତ୍ତମାନ ଶ୍ରମିକ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଶ୍ରମିକ ଙ୍କ ମଜୁରୀ ୨୨୨ ଟଙ୍କା ରହିଥିବା ବେଳେ ଅନ୍ୟରାଜ୍ୟ ଭଳି ଶ୍ରମିକ ଙ୍କ ଦୈନିକ ପ୍ରାପ୍ୟ ୩୧୫ ଟଙ୍କା କୁ ବୃଦ୍ଧି କରିବାପାଇଁ ଦାବି କରିଛନ୍ତି ।ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ଜନପ୍ରତିନିଧି ନିଜେ ମନରେଗା ଶ୍ରମିକ ଭାବରେ ମାଟି କାମ କରି ସମାଧନ ପାଇଁ ପ୍ରଶାସନ ଠାରେ ଦାବି କରିବା ଆଲୋଚନା ର ବିଷୟ ହୋଇଛି ।ଯୁବ ସମିତି ସଭ୍ୟ ଯୁଗେଶ୍ୱର ବେହେରା ଙ୍କ ଏଭଳି କାର୍ଯ୍ୟ ନେଇ ଚର୍ଚ୍ଚା ଜୋର ଧରିଛି ।

Comments are closed.