www.samajalive.in
Sunday, December 7, 2025
26.1 C
Bhubaneswar

ଅସହାୟଙ୍କୁ ସିଦ୍ଧୁ ସାହା 

ସମ୍ବଲପୁର : ସମ୍ବଲପୁର ମୁନିସିପାଲଟିର ପୂର୍ବତନ ଉପନଗରପାଳ ତଥା ଯୁବ ସମାଜସେବୀ ଓ ଯୁବ ନେତା ସିଦ୍ଧାର୍ଥ ସାହା(ସିଦ୍ଧୁ) ନିୟମିତ ଅସହାୟମାନଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। ଏହି କ୍ରମରେ ଦୁରାରୋଗ୍ୟ କର୍କଟ ରୋଗରେ ପୀଡିତ ଆର୍ଯ୍ୟନ ନାୟକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସିଦ୍ଧାର୍ଥ ସାହାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଅନେକ ଦିନରୁ ରୋଗରେ ପୀଡିତ ବ୍ୟକ୍ତିମାନଙ୍କୁ ସେ ଓ ତାଙ୍କର ସହଯୋଗୀମାନେ ନିରନ୍ତର ସହଯୋଗ କରି ଆସୁଛନ୍ତି। ଖବରକାଗଜ ମାଧ୍ୟମରୁ ଛାତ୍ର ଆର୍ଯ୍ୟନଙ୍କ ରୋଗ ସମ୍ପର୍କରେ ସୂଚନା ପାଇବା ପରେ ସେ ସାମର୍ଥ୍ୟ ମତେ ୫୦ ହଜାର ଟଙ୍କା ସହାୟତା କରିଛନ୍ତି। ଏଥିସହ ବୁର୍ଲା ଅଞ୍ଚଳର ସୁଶାନ୍ତ ମେହେରଙ୍କୁ ୧୦ ହଜାର, ଷ୍ଟେସନପଡ଼ାର ପ୍ରିତି ହରିପାଲ, ବରେଇପାଲି ଅଞ୍ଚଳର ଆଞ୍ଚଳ ଆହୁଜାଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ମାନବୀୟ ସହାୟତାରେ ସିଦ୍ଧୁ ସାହାଙ୍କ ସହିତ ସମରଜିତ ପଟ୍ଟନାୟକ, ମହମ୍ମଦ ଅନୱର ଖାନା, ଦିନେଶ ଝାଜରିଆଙ୍କ ସମେତ ଅନ୍ୟମାନେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ନିରନ୍ତର ମାନବୀୟ ସେବା କରି ଆସୁଥିବା ସିଦ୍ଧୁ ସାହା ବିଗତ କରୋନା ସମୟରେ ଅମ୍ଳଜାନ ସେବା, ଅସହାୟଙ୍କୁ ନିୟମିତ ଖାଦ୍ୟ ଓ ଜଳ ଯୋଗାଇବା, ପଶୁ ପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଓ ଜଳ ଯୋଗାଇବା, ନିଃଶୁଳ୍କ ଆମ୍ବୁଲାନ୍ସ ସେବା ସହିତ ଅସହାୟ ଓ ଗରିବମାନଙ୍କୁ ଘର ନିର୍ମାଣ କରି ଦେବା, ଅସହାୟ ରୋଗୀମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ଆଦି କାର୍ଯ୍ୟରେ ଓତଃପ୍ରତ ଭାବରେ ଜଡିତ ରହିଛନ୍ତି। ତାଙ୍କର ଏହି ମାନବୀୟ ସେବାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories