ସମାଜସେବୀ ବଂଶୀଧର କର ଅସୁସ୍ଥ

ସମ୍ବଲପୁର : ସମ୍ବଲପୁରର ଜଣାଶୁଣା ସମାଜସେବୀ ତଥା ନୀଳଚକ୍ର ସମ୍ବଲପୁର ଶାଖର ସଭାପତି ବଂଶୀଧର କର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। କଟକର ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ପିତ୍ତକୋଷ ଜନିତ ଅସ୍ତ୍ରୋପଚାର କରାଯାଇଛି। ଏଣୁ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରି ନୀଳଚକ୍ରର କେନ୍ଦ୍ରୀୟ ଶାଖାର ପ୍ରତିନିଧି ମଣ୍ଡଳ ତାଙ୍କୁ ସାକ୍ଷାତ କରିଛନ୍ତି। ପ୍ରତିନିଧି ମଣ୍ଡଳରେ ନୀଳଚକ୍ରର ରାଜ୍ୟ ସଭାପତି ନମିତା ପଣ୍ଡା, ବ୍ରଜ କିଶୋର ନନ୍ଦ, କାହ୍ନୁ ଚରଣ ପାଣିଗ୍ରାହୀ, ଡା. ନିଳାଦ୍ରି ପଣ୍ଡା, ରଞ୍ଜନ କୁମାର ମହାନ୍ତିଙ୍କ ସମେତ ସମ୍ବଲପୁରର ପ୍ର. ଗିରିଜା ଶଙ୍କର ଶର୍ମା, ପ୍ରମୋଦ କୁମାର ବେହେରା, ସଚିଦାନନ୍ଦ ପ୍ରଧାନ, ଆଶୁତୋଷ ହୋତା, କଟକର ଅଶ୍ୱିନୀ ଦାସ, ପ୍ରଦୀପ କୁମାର ସିଂ, ବୌଦ୍ଧର ସତ୍ୟନାରାୟଣ ହୋତା, ଭୁବନେଶ୍ୱରର ପବିତ୍ର ମହାରଥା, ନବ କିଶୋର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.