www.samajalive.in
Tuesday, December 9, 2025
16.1 C
Bhubaneswar

ଗରିବଙ୍କୁ ଛତା ଓ ତାର୍ପଲିନ ପ୍ରଦାନ

ସମ୍ବଲପୁର : ସମ୍ବଲପୁର ସେବା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମହମଦପୁରଠାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଗରିବ ଲୋକଙ୍କୁ ଛତା, ଚପଲ ଓ ତାର୍ପଲିନ ପ୍ରଦାନ କରାଯାଇଛି। ବର୍ତ୍ତମାନ ବର୍ଷା ଋତୁରେ ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ଘର ଛପରରୁ ବର୍ଷା ପାଣି ଝରୁଥିବାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଉଦ୍ୟମ କରାଯାଇଛି। ସଭାପତି ଦୀପକ ପାଣ୍ଡେଙ୍କ ନେତୃତ୍ୱରେ ୧୦୦ ରୁ ଅଧିକ ଅସହାୟ ବ୍ୟକ୍ତିଙ୍କୁ ଛତା, ଚପଲ ଓ ତାର୍ପଲିନ ପ୍ରଦାନ କରାଯାଇଛି। ଆଗକୁ ମଧ୍ୟ ଏପରି ଅସହାୟ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସାହାଯ୍ୟ କରାଯିବ ବୋଲି ସେବା ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସଲିଳା ପଣ୍ଡା, ଡା. ୱାଇ. ପି. ସାହୁ, ପ୍ରକାଶ ପାଣ୍ଡେ, ପ୍ରଭାକର ଚାଆଁର, କଳ୍ପନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories