ମାତୃକ୍ଷେତ୍ରରେ ୪ ଦିବସୀୟ ହୋଲି ଶିବିର ଉଦଯାପିତ 

ସମ୍ବଲପୁର : ସମ୍ବଲପୁର ଜିଲା ଦେଦର ନୁଆପାଲି ସ୍ଥିତ ଉଦୀୟମାନ ମାତୃକ୍ଷେତ୍ରରେ ୪ ଦିନ ଧରି ଚାଲିଥିବା ଶ୍ରୀଅରବିନ୍ଦ ରାଜ୍ୟସ୍ତରୀୟ ହୋଲି ଶିବିରର ୫୦ତମ ସୁବର୍ଣ୍ଣ ଜୟନ୍ତୀ ସମାବେଶ ଉଦଯାପିତ ହୋଇଯାଇଛି। ଉଦଯାପନୀ ସବାରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହାଯୋଗୀ ଶ୍ରୀଅରବିନ୍ଦ ଭଗବାନ ରୂପେ ପରିଣତ ହୋଇଛନ୍ତି ଏବଂ ଆମେ ସମସ୍ତେ ମଧ୍ୟ ତାଙ୍କ ମାର୍ଗରେ ସାଧନା କରି ଭଗବାନ ସ୍ତରରେ ପହଞ୍ଚିପାରିବା ବୋଲି କହିଥିଲେ। ଏହି ସବୁର ମୂଳ ତତ୍ୱ ଭାରତୀୟ ବେଦ ଉପନିଷଦରେ ରହିଛି ବୋଲି ସେ କହିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଭାଗୀରଥ ମହାପାତ୍ର ସଂଯୋଜନା କରିଥିବା ବେଳେ ବକ୍ତା ରୂପେ ପ୍ରସାଦ ତ୍ରିପାଠି ଓ ଭବେଶ ଚନ୍ଦ୍ର ସାହୁ ‘ସବୁ କିଛି ପାଇଁ ଆମେ ତୁମ ନିକଟରେ କୃତଜ୍ଞ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

prayash

ଚତୁର୍ଦିବସୀୟ ଏହି ଶିବିରରେ ଆୟୋଜିତ ବିଭିନ୍ନ ଆଲୋଚନା ଚକ୍ରରେ ପଣ୍ଡିଚେରୀ ଆଶ୍ରମର ସାଧକ ଡା. ଆଲୋକ ପାଣ୍ଡେ, ମ୍ୟାନେଜିଂ ଟ୍ରଷ୍ଟି ଉଦିତ ପ୍ରସାଦ ବାବୁ, ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ସୁବର୍ଣ୍ଣ ଜୟନ୍ତୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଇଂ ରୋହିତ ପୂଜାରୀ, ସଙ୍ଗୀତ ମଣ୍ଡଳର ସଭାପତି ମନୋରଞ୍ଜ ପଟ୍ଟନାୟକ, ଆବାହକ ପ୍ରଫୁଲ୍ଲ ପଣ୍ଡା, ଡା. ବିରଞ୍ଚି ମହାପାତ୍ର, ପ୍ରଣବ କୁମାର ପଟେଲ, ଅଜିତ କୁମାର ବେହୁରା, ଅରୁଣ କୁମାର ତ୍ରିପାଠୀ, ରାଧାକାନ୍ତ ମିଶ୍ର, ଦେବରାଜ ବେହେରା, ସୁବାସ କର, ଡମ୍ବରୁଧର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ମାତୃକ୍ଷେତ୍ରରେ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ଶାରୀରିକ କ୍ରିଡା କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ ଉପେନ୍ଦ୍ର ମହାପାତ୍ର ଏବଂ ତପସ୍ୱିନୀ ମହାପାତ୍ର ସଂଯୋଜନା କରିଥିଲେ। ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୬ ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଶିବିରକୁ ଆୟୋଜନ ଓ ପରିଚାଳନାରେ ଟ୍ରଷ୍ଟର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀମାନେ ସକ୍ରିୟ ସହାୟତା କରିଥିଲେ ବୋଲି ଲୋକ ସମ୍ପର୍କ ସଂଯୋଜକ ତଥା ଟ୍ରଷ୍ଟି ବିରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 

kalyan agarbati

Comments are closed.