www.samajalive.in
Monday, December 8, 2025
14.1 C
Bhubaneswar

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶତବାର୍ଷିକୀ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଆଗାମୀ ୨୦୨୪ରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମୃତ୍ୟୁକୁ ୧ ଶହ ବର୍ଷ ପୂର୍ତ୍ତି ହେବ। ଏଣୁ ସ୍ୱଭାବ କବିଙ୍କ ବରପାଲି ଠାରେ ଆୟୋଜିତ ହେବାକୁ ଥିବା ମୃତ୍ୟୁୁ ଶତବାର୍ଷିକୀ ସମାରୋହକୁ ଭବ୍ୟ ରୂପେ ପାଳନ କରାଯିବା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସ୍ୱଭାବ କବି ଗଙ୍ଗାଧରଙ୍କ ଅମୃତ ସାହିତ୍ୟକୁ ନେଇ ସମଗ୍ର ଓଡିଆ ସମାଜ ଗର୍ବିତ ଥିବା ବେଳେ ମେହେର ସମାଜ ପାଇଁ ସେ ଆଦର୍ଶ ଓ ଦିବ୍ୟ ପୁରୁଷ ରୂପେ ପୂଜିତ। ଏଣୁ ସମ୍ବଲପୁର ଠାରେ ରବିବାର ନିଖିଳ ଓଡ଼ିଶା ମେହେର ଭୁଲିଆ ସମାଜର କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ବୈଶମ୍ପାୟନ ମେହେର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଆସନ୍ତା ୨୦୨୪ ମସିହାରେ ବରପାଲି ଠାରେ ମେହେର ଭୁଲିଆ ସମାଜର ଐତିହାସିକ ରାଷ୍ଟ୍ରୀୟ ମହା ସମ୍ମିଳନୀ ଓ କବି ଗଙ୍ଗାଧରଙ୍କ ୧୦୦ ତମ ପୂଣ୍ୟ ତିଥି ସପ୍ତାହବ୍ୟାପି ପାଳନ କରାଯିବ। କବିଙ୍କ ଦେହାବସାନର ୧୦୦ ବର୍ଷ ପୂର୍ତ୍ତି ଉତ୍ସବରେ ୨ ଲକ୍ଷ ମେହେର ପ୍ରତିନିଧିଙ୍କ ସମେତ ୧୦ ଲକ୍ଷରୁ ଉର୍ଦ୍ଧ ଗଙ୍ଗାଧର ପ୍ରେମୀ ଙ୍କ ସମାଗମର ଆଶା କରାଯାଉଛି। ଏଣୁ ଉଦଘାଟନୀ ଉତ୍ସବରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ଅବସରରେ ପ୍ରତି ଦିନ ଗଙ୍ଗାଧର ସାହିତ୍ୟ ଆଲୋଚନା, ସାହିତ୍ୟ ମେଳା, ବର୍ଣ୍ଣାଢ଼୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁସ୍ତକ ମେଳା, ବାଣିଜ୍ୟ ମେଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସହ ପ୍ରତିଦିନ ସ୍ଥାନୀୟ ବରପୁତ୍ର ଓ ବିଶିଷ୍ଟ ଅତିଥି ମାନଙ୍କୁ ଦଳମତ ନିର୍ବିଶେଷରେ ନିମନ୍ତ୍ରଣ କରିବା ପାଇଁ ସ୍ଥିର କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର, ସମ୍ପାଦକ ରମାକାନ୍ତ ମେହେର, ଶିବ ପ୍ରସାଦ ମେହେର, ସୁବାଶ ମେହେର, ଗୋପବନ୍ଧୁ ମେହେର, ମହେନ୍ଦ୍ର କୁମାର ମେହେର, ପ୍ରସନ୍ନ ମେହେର, ସୁଧୀର ମେହେର, ଗୁଣନିଧି ମେହେର, ପ୍ରଦୀପ ମେହେର, ରାମକୃଷ୍ଣ ମେହେର, ସୁକାନ୍ତୀ ମେହେର, ମୋଟିରାମ ମେହେର, ରାଧା ଚରଣ ମେହେରଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧି ମାନେ ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories