ନିଃଶୁଳ୍କ ପାଠାଗାର ଉଦଘାଟିତ
ସମ୍ବଲପୁର: ପବିତ୍ର ଗୁରୁ ଦିବସ ଉପଲକ୍ଷେ ସମ୍ବଲପୁରର ଦଲଦଲିପଡା ଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଃଶୁଳ୍କ ପାଠାଗାର ଖୋଲାଯାଇଛି। ସୋମବାର ଏବିସିଡି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଖୋଲାଯାଇଥିବା ଏହି ପାଠାଗାରକୁ ଚାର୍ଟାଡ ଆକାଉନ୍ଟାନ୍ଟ ନବୀନ ତିୱାରୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ। ଏହି ପାଠାଗାର ଦ୍ୱାରା ବସ୍ତି ବାସିନ୍ଦା ଛାତ୍ରଛାତ୍ରୀ ମାନେ ବେଶ ଉପକୃତ ହେବେ ବୋଲି ମୁଖ୍ୟ ଅତିଥି ତିୱାରୀ କହିଥିଲେ। ପାଠାଗାର ଖୋଲିବାରେ ସକ୍ରିୟ ସହାୟତା କରିଥିବା ଅଧ୍ୟାପକ ଡ. ବିଶ୍ୱମୋହନ ଜେନା, ରାଜରାମ ନାୟକ, ସମାଜସେବୀ ତଥା ଗଣମାଧ୍ୟମ କର୍ମୀ ଧର୍ମେନ୍ଦ୍ର ପଟ୍ଟନାୟକ, ଜ୍ୟୋତ୍ସ୍ନା ପୃଷ୍ଟି, ମମତା ସରାଫ, ଖୁସି ସତନାମୀ, ପ୍ରିତି ସତନାମୀ ଓ ଟ୍ରଷ୍ଟର ପ୍ରତିଷ୍ଠାତା ରାଜେନ୍ଦ୍ର ସତନାମୀ ଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତରତ୍ନ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଗୁରୁ ଓ ଶିଷ୍ୟର ପରମ୍ପରା ଉପରେ ବକ୍ତା ମାନେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୂର୍ବରୁ ନିଃଶୁଳ୍କ ଶିକ୍ଷା କେନ୍ଦ୍ର ଏହି ଟ୍ରଷ୍ଟ ପକ୍ଷରୁ ଖୋଲାଯାଇଥିବା ବେଳେ ନୂତନ ପାଠାଗାର ଖୋଲାଯିବାକୁ ସବୁ ମହଲରେ ପ୍ରଶଂସା କରାଯାଉଛି।
Comments are closed.