www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁରରେ ବର୍ଷାରେ ବାହାରିଲା ତାଜିଆ ଶୋଭାଯାତ୍ରା    

ସମ୍ବଲପୁର: କର୍ବଲା ଯୁଦ୍ଧରେ ଇମାମ ହୁସେନଙ୍କ ବଳିଦାନର ସ୍ମତିରେ ଆୟୋଜିତ ହେଉଥିବା ବଳିଦାନର ପର୍ବ ମହରମ ମଙ୍ଗଳବାର ସମ୍ବଲପୁର ଠାରେ ପାଳିତ ହୋଇଯାଇଛି । ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରୁ ସମୁଦାୟ ୮ଟି ତାଜିଆ କମିଟି ମାନଙ୍କ ଦ୍ୱାରା ତାଜିଆ ଶୋଭାଯାତ୍ରା (ଜୁଲୁସ) ବାହାର କରାଯାଇଥିଲା । ଏହି ଶୋଭାଯାତ୍ରାରେ ସ୍ଥାନୀୟ ମୋଦିପଡା ନିବାସୀ ପଢ଼ିଆରୀ ପରିବାର ଦ୍ୱାରା ୩୫୯ ବର୍ଷ ପୁରୁଣା ହିନ୍ଦୁ ତାଜିଆ ମଧ୍ୟ ସାମିଲ ହୋଇଥିଲା । ଜିଲା ପ୍ରଶାସନ ଦ୍ୱାରା ଶୋଭାଯାତ୍ରା ସମୟରେ ବିଭିନ୍ନ ମାରାଣାସ୍ତ୍ର ଗୁଡିକର ପ୍ରଦର୍ଶନ ଉପରେ କଟକଣା କରାଯାଇଥିବା ବେଳେ ବିଭିନ୍ନ ଆଖଡା କମିଟିର ସଦସ୍ୟ ମାନେ ପାରମ୍ପରିକ ଆଖଡା ଓ ବାଡି ଖେଳ ପ୍ରଦର୍ଶନ କରିଥିଲେ । କରୋନା କାଳ ପାଇଁ ବିଗତ ୨ ବର୍ଷ ହେବ ଶୋଭାଯାତ୍ରା ବାହାରି ନଥିବା ବେଳେ ଚଳିତ ବର୍ଷ ଏଥି ପାଇଁ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମଙ୍ଗଳବାର ସକାଳୁ ସମ୍ବଲପୁରରେ ବର୍ଷା ଜାରି ରହିଥିବା ବେଳେ କିନ୍ତୁ ଶୋଭାଯାତ୍ରା ପାଇଁ ଉତ୍ସାହରେ କୌଣସି ଭଟ୍ଟା ପଡି ନଥିଲା ।

ସମ୍ବଲପୁରର ୮ଟି ତାଜିଆ କମିଟି ଯଥା ଦଲେଇପଡା, ସୁନାପାଲି, ମୋତିଝରନ, ଭୁତାପଡା, ପେନସନପଡା, କୁମ୍ଭାରପଡା, ବଡବଜାର ଏବଂ ମୋଦିପଡାର ହିନ୍ଦୁ ତାଜିଆ ଶୋଭାଯାତ୍ରା ଗୁଡିକ ବିଭିନ୍ନ ମାର୍ଗରେ ପରିକ୍ରମା କରି ଗୋଲବଜାର ପହଞ୍ଚିଥିଲେ । ଦଲେଇପଡାର ତାଜିଆ ଶୋଭାଯାତ୍ରା ଦଲେଇପଡାରୁ ବାହାରି ବଡ ସଡକ, ସାନ ସଡକ, ଶକ୍ତି ସଂଘ ଛକ ଦେଇ ଜିଲାସ୍କୁଲ ଛକ ଠାରେ ସୁନାପାଲି, ମୋତିଝରନ, ଭୁତାପଡା, ପେନସପଡା ଓ କୁମ୍ଭାରପଡାରୁ ଆସୁଥିବା ତାଜିଆ ଶୋଭାଯାତ୍ରା ସହିତ ଏକତ୍ରିତ ହୋଇ ସାଥି ହୋଇ ବୀର ସୁରେନ୍ଦ୍ର ସାଏ ମାର୍ଗରୁ ଲକ୍ଷ୍ମୀ ଟକିଜ ଛକ ଦେଇ ଗୋଲବଜାର ଛକ ଠାରେ ପହଞ୍ଚିଥିଲା। ସେହିଭଳି ବଡବଜାରର ତାଜିଆ ଶୋଭାଯାତ୍ରା କମଳିବଜାର, କୁଞ୍ଜେଲପଡା ଛକ, ରସତଲିଆ ଛକ, ପଟ୍ଟନାୟକପଡା, ଗେଇଟି ରୋଡ ଦେଇ ଗୋଲବଜାର ଛକରେ ପହଞ୍ଚିଥିଲା । ମୁଦିପଡାର ହିନ୍ଦୁ ଶୋଭାଯାତ୍ରା ପଟ୍ଟନାୟକପଡା, ଗେଇଟି ରୋଡ ଦେଇ ଗୋଲବଜାର ଛକରେ ପହଞ୍ଚିଥିଲା ।

- Advertisement -

ଏହା ପରେ ସମସ୍ତ ତାଜିଆ ଗୁଡିକର ଏକ ସାଥିରେ ଶକ୍ତି ସଂଘ ଛକ ସ୍ଥିତ ପୀରବାବାଙ୍କ ମଜାର ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବା ପରେ ତାଜିଆ ଶୋଭାଯାତ୍ରା ସମ୍ପନ୍ନ ହୋଇଥିଲା ଏବଂ ସମସ୍ତେ ନିଜ ନିଜ ପଡାକୁ ଫେରି ଯାଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କେନ୍ଦ୍ର ଗୁଡିକ ଖୋଲାଯାଇଥିଲା । ଏହି ଅବସରରେ ବିଭିନ୍ନ ଆଖଡା କମିଟିର ସଦସ୍ୟ ମାନେ ଚିତ୍ତାକର୍ଷକ ଆଖଡା ଖେଳ ପ୍ରଦର୍ଶିତ କରିଥିଲେ । ମହରମ କମିଟି ତରଫରୁ ବିଭିନ୍ନ ଆଖଡା ଦଳ ଗୁଡିକୁ ସମ୍ମାନୀତ କରାଯାଇ ପୁରସ୍କୃତ କରାଯାଇଥିଲା । ଶୋଭାଯାତ୍ରା ସକାଳୁ ଆରମ୍ଭ ହୋଇ ଅପରାହ୍ଣ ପର୍ଯ୍ୟନ୍ତ ଚାଲିଥିଲା ।

ଅପରପକ୍ଷରେ ଶୋଭାଯାତ୍ରା ସମୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ରଖିବା ପାଇଁ ପୁଲିସ ପକ୍ଷରୁ ଭାରୀ ବନ୍ଦୋବସ୍ତ କରାଯାଇଥିଲା । ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨ଟି ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ, ୬ ଜଣ ଡିଏସପି, ୧୦ ଜଣ ଇନିସପେକ୍ଟର, ୩୦ ଜଣ ଏସଆଇ ଓ ଏଏସଆଇ ଏବଂ ୧୩ ପ୍ଲାଟୁନ ପୁଲିସ ବଳ ମୃତୟନ କରାଯାଇଥିଲା । ସହରର ୫ଟି ସ୍ଥାନରେ ସ୍ୱତନ୍ତ୍ର ପୁଲିସ କେନ୍ଦ୍ର କରାଯାଇଥିଲା । ଜିଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଛକ, ପୀରବାବ ଛକ ଏବଂ ପେନସନ ପଡା ଛକ ଠାରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ପୁଲିସ ବଳ ମୃତୟନ କରାଯାଇଥିଲା । ସେହିଭଳି ଧନୁପାଲି, ଟାଉନ ଓ କ୍ଷେତରାଜପୁର ଥାନାଞ୍ଚଳରେ ସ୍ୱତନ୍ତ୍ର ପୁଲିସ ବଳ ରଖାଯାଇଥିଲା । ଏଥି ସହ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳ ଗୁଡିକରେ ଭାରୀ ପୁଲିସ ବଳ ମୃତୟନ କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖିବା ପାଇଁ ୧୩ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଥିଲା । ଏଥି ସହ ଅଗ୍ନିଶମ ଦଳ, ଡାକ୍ତରୀ ଦଳ ଏବଂ ପାନୀୟ ଜଳର ସୁବିଧା ମଧ୍ୟ କରାଯାଇଥିଲା । ଶୋଭାଯାତ୍ରା ଯାଉଥିବା ଅଞ୍ଚଳରେ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟବସ୍ଥାକୁ ପରିଚାଳନା କରାଯାଇଥିଲା ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories