ରେଳବାଇ ପାଇଁ ଷ୍ଟାର୍ଟ ଅପ ଅଭିଯାନ

ସମ୍ବଲପୁର: ଭାରତୀୟ ରେଳ ଷ୍ଟାର୍ଟ ଅଫ ନିତି ଦ୍ୱାରା ବିଭିନ୍ନ ଷ୍ଟାର୍ଟ ଅଫ ଗୁଡିକର ଅଂଶଗ୍ରହଣ ମାଧ୍ୟମରେ ରେଳବାଇର ଅଭିନବୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ । ବିଭିନ୍ନ ସଂସ୍ଥା ଗୁଡିକ ରେଳ କ୍ଷେତ୍ରରେ ସହ ସୃଷ୍ଟି ଓ ଏବଂ ସହ ନବସକ୍ସନ ପାଇଁ ଦେଶରେ ଅଭିନବ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ଠାରେ ପ୍ରବନ୍ଧକ ପ୍ରଦୀପ କୁମାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରେଳବାଇ ପକ୍ଷରୁ ଷ୍ଟାର୍ଟ ଅଫ ପଲିସି ହାତକୁ ନେଇ ଏହାର ପରିଚାଳାନା କ୍ଷେତ୍ରରେ ରହିଥିବା ସମସ୍ୟା ଗୁଡିକୁ ଦୂର କରିବା ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ପାଇଁ ରେଳବାଇ ୧୧ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି।

୧୧ ସୁତ୍ରୀ କାର୍ଯ୍ୟକ୍ରମ ଅର୍ନ୍ତଗତ ରେଳ ଧାରଣାରେ ଫାଟ ଚିହ୍ନଟ ବ୍ୟବସ୍ଥା, ରେଳ ଚାପ ମନିଟରିଂ ବ୍ୟବସ୍ଥା, ଜାତୀୟ ଏଟିପି ବ୍ୟବସ୍ଥା ସହିତ ଉପାନ୍ତ ଅଞ୍ଚଳ ପାଇଁ ହେଡୱେ ଉନ୍ନତି ବ୍ୟବସ୍ଥା, ଟ୍ରାକ ଯାଞ୍ଚ କାର୍ଯ୍ୟକଳାପ ସ୍ୱୟଂଚାଳିତ, ଅଧିକ ପଣ୍ୟ ପରିବହନ କ୍ଷମତା ୱାଗନ ପାଇଁ ସର୍ବୋଚ୍ଚ ଏଲାଷ୍ଟୋମେରିକ ପ୍ୟାଡର ଡିଜାଇନ, ୩ ପର୍ଯ୍ୟାୟ ଇଲେକଟ୍ରିକ ଲୋକୋ ମୋଟିଭ ଟ୍ରାକ୍ସନ ମୋଟର ପାଇଁ ଅନଲାଇନ କଣ୍ଡିସନ ମନିଟରିଂ ବ୍ୟବସ୍ଥାର ବିକାଶ, ଲୁଣ ପରି ଦ୍ରବ୍ୟ ପରିବହନ ପାଇଁ ହାଲୁକା ଓଜନର ୱାଗନ, ଯାତ୍ରୀ ସେବାରେ ଉନ୍ନତି ପାଇଁ ଡିଜିଟାଲ ତଥ୍ୟ ବ୍ୟବହାର କରି ଉପକରଣ ଗୁଡିକର ବିକାଶ, ଟ୍ରାକ ସଫେଇ ଯନ୍ତ୍ର, ତାଲିମ ପରବର୍ତ୍ତୀ  ସଂଶୋଧନ ଏବଂ ସ୍ୱ ସେବା ସତେଜ ପାଠ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଆପ, ବ୍ରିଜ ଯାଞ୍ଚ ପାଇଁ ରିମୋଟ ସେନ୍ସିଂ, ଜିଓମାଟିକ୍ସ ଏବଂ ଜିଏସର ବ୍ୟବହାର ବିଷୟ ଗୁଡିକୁ ଚିହ୍ନଟ କରାଯାଇ ଭାରତୀୟ ରେଳ ଇନୋଭେସନ ପୋର୍ଟାଲରେ ଅପଲୋଡ କରାଯାଇଛି । ଗତ ମେ’ ମାସରେ ରେଳବାଇ ଫିଲ୍ଡ ୟୁନିଟ ଗୁଡିକୁ ସମସ୍ୟା କ୍ଷେତ୍ର ପ୍ରଦାନ କରିବାକୁ ଆହ୍ୱାନ କରାଯାଇଥିଲା। ଏ ପର୍ଯ୍ୟନ୍ତ ପ୍ରାୟ ୧୬୦ଟି ସମସ୍ୟା ଷ୍ଟେଟମେଣ୍ଟ ଗ୍ରହଣ କରାଯାଇଛି। ଇନୋଭେସନ ପଲିସି ମାଧ୍ୟମରେ ପ୍ରଥମେ ୧୧ଟି ସମସ୍ୟା ଷ୍ଟେଟମେଣ୍ଟ ଚିହ୍ନଟ କରାଯାଇ ତାକୁ ପୋର୍ଟାଲରେ ଅପଲୋଡ କରାଯାଇଛି।

 

prayash

ଜାତୀୟ ପରିବହନକାରୀ ଭାରତୀୟ ରେଳ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନେଇ ଷ୍ଟାର୍ଟ ଅପ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡିକର ଅଂଶଗ୍ରହଣ ଜରିଆରେ କାର୍ଯ୍ୟକାରୀ କରିବା, ରେଳବାଇର ଗୁଣବତ୍ତା, ନିର୍ଭରଯୋଗ୍ୟତା ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ବ୍ୟୟ – ପ୍ରଭାବଶାଳୀ, କାର୍ଯ୍ୟକାରୀ, ମାପନୀୟ ସମାଧାନ, କାର୍ଯ୍ୟକ୍ଷମ ପ୍ରୋଟୋଟାଇବ ଏବଂ ଅଭିନବ ଉତ୍ପାଦ ବିକାଶ କରିବାର ନିତି, ରେଳ ବିଭାଗରେ ଯୌଥ ସୃଷ୍ଟି ଏବଂ ସହ ଅଭିନବୀକରଣ ପାଇଁ ଦେଶରେ ଅଭିନବ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରେଳବାଇ ରଖିଛି। ସେହିଭଳି କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବଡ ଏବଂ ଅବ୍ୟବହୃତ ବିଷୟବସ୍ତୁକୁ ନେଇ ଷ୍ଟାଟ ଅପ ଇକୋ ସିଷ୍ଟମର ଅଂଶଗ୍ରହଣ ମାଧ୍ୟମରେ ମାନଦଣ୍ଡ ଏବଂ ଦକ୍ଷତା ଆଣିବା, ଭାରତୀୟ ଷ୍ଟାର୍ଟ ଅଫ / ଏମଏସଏମଇ / ଇନୋଭେଟର / ଉଦ୍ୟୋଗୀ ମାନଙ୍କ ଦ୍ୱାରା ବିକଶିତ ଅଭିନବ ପ୍ରଯୁକ୍ତିକୁ ବ୍ୟବହାର କରି ରେଳବାଇର କାର୍ଯ୍ୟ କ୍ଷମତା ଓ ନିରାପତ୍ତାକୁ ଉନ୍ନତ କରିବା, ଭାରତ ସରକାରଙ୍କ ସ୍ୱିକୃତି ପ୍ରାପ୍ତ କମ୍ପାନୀ ଗୁଡିକ ମାଧ୍ୟମରେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ବ୍ୟକ୍ତିଗତ ଉଦ୍ଭାବକ ଏବଂ ଗବେଷଣା ଆଦି କାର୍ଯ୍ୟ କରିବା ରହିଛି।

 

ଏହି ପଲିସି ଜରିଆରେ ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନୁଦାନ ଦେୟ ପ୍ରଦାନ ସହିତ ସମାନ ଅଂଶୀଦାର ଆଧାରରେ ନ୍ୟତନ ପ୍ରୟୋଗ ଗୁଡିକୁ କାର୍ଯ୍ୟକାରୀ କରିବା, ସମସ୍ତ କାର୍ଯ୍ୟ ଗୁଡିକର ସମ୍ପୁର୍ଣ୍ଣ ପ୍ରକ୍ରିୟା ଗୁଡିକୁ ସ୍ୱଚ୍ଛ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନଲାଇନ କରାଯିବ। ରେଳବାଇ ବୋର୍ଡର ଦକ୍ଷତା ଏବଂ ଅନୁସନ୍ଧାନ ନିର୍ଦ୍ଦେଶାଳୟ ନିତି କାର୍ଯ୍ୟକାରୀ ଏବଂ ପ୍ରକ୍ରିୟା କାର୍ଯ୍ୟକାରୀ ପାଇଁ ନୋଡାଲ ନିର୍ଦ୍ଦେଶାଳୟ, ରେଳବାଇରେ ପ୍ରୋଟୋଟାଇପ ର ପରୀକ୍ଷା କରାଯିବ, ଇନୋଭେଟର ଚୟନ କ୍ଷେତ୍ରରେ ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ବ୍ୟବସ୍ଥା ଦ୍ୱାରା କରାଯିବ, ଯାହାକି ରେଳମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଅନଲାଇନ ପୋର୍ଟାଲ ମଧ୍ୟରେ କରାଯିବ। ବିକଶିତ ବୌଦ୍ଧିକ ଗୁଣଧର୍ମ ଅଧିକାର କେବଳ ଉଦ୍ଭାବକ ସହିତ ରହିବ, ଉଦ୍ଭାବକ ପାଇଁ ସୁନିଶ୍ଚିତ ବିକାଶମୂଳକ ଆଦେଶ, ବିଳମ୍ବକୁ ଏଡାଇବା ପାଇଁ ବିଭାଗୀୟ ସ୍ତରରେ ସମ୍ପୁର୍ଣ୍ଣ ଉତ୍ପାଦ ବିକାଶ ପ୍ରକ୍ରିୟାକୁ ମଣ୍ଡଳ ସ୍ତରରେ ବିକେନ୍ଦ୍ରୀକରଣ ଆଦିର ବ୍ୟବସ୍ଥା କରାଯାଇଛି ବୋଲି ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

kalyan agarbati

Comments are closed.