ସମ୍ବଲପୁର ରେଳ ଷ୍ଟେସନରେ ବିପୁଳ ଗଞ୍ଜେଇ ଜବତ; ୩ ଗିରଫ
ସମ୍ବାଲପୁର: ସମ୍ବଲପୁର ରେଳବାଇ ପୁଲିସ ପକ୍ଷରୁ ଜାରି ସର୍ତକ ଓ ନାର୍କୋ ଅଭିଯାନ ଅର୍ନ୍ତଗତ ଷ୍ଟେସନ ଗୁଡିକରେ ବ୍ୟାପକ ସର୍ତକତା ଓ ଚେକିଂ ଅଭିଯାନ ଜାରି ରହିଛି । ଏହି କ୍ରମରେ ସମ୍ବଲପୁର ରେଳ ଷ୍ଟେସନରେ ରେଳବାଇ ପୁଲିସ ବଳ, ରାଜ୍ୟ ଅବକାରୀ, ସିଆଇବି ୟୁନିଟ ମିଳିତ ଭାବରେ ରବିବାର ଚେକିଂ ସମୟରେ ଦିନ ପ୍ରାୟ ୧୨ଟା ବେଳେ ପ୍ଲାଟ ଫର୍ମ ସଂଖ୍ୟା ୧ରେ ୩ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ । ଯାଞ୍ଚ ସମୟରେ ବିହାର ରାଜ୍ୟର ରୋହତାସ ଜିଲାର ଆରୁଙ୍ଗ ନିବାସୀ କୌଶଲ କୁମାର (୨୬) ଏବଂ ନିରଞ୍ଜନପୁର ନିବାସୀ ଅନୀଲ କୁମାର (୩୦)ଙ୍କ ଠାରୁ ଏକ ବ୍ୟାଗରେ ପ୍ଲାଷ୍ଟିକ ଟ୍ୟାପରେ ବନ୍ଧା ଯାଇଥିବା ୨୪ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା । ଏ ସର୍ମ୍ପକରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମାମଲା ସଂଖ୍ୟା ୮/୨୦୨୨ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ।
ସେହିଭଳି ପ୍ଲାଟଫର୍ମ ସଂଖ୍ୟା ୧ରୁ ଧରା ଯାଇଥିବା ବିହାର ରାଜ୍ୟର ରୋହତାସ ଜିଲା ନିବାସୀ ମନିଷ କୁମାର (୨୦)ଙ୍କ ନିକଟରୁ ଅନ୍ୟ ଏକ ବ୍ୟାଗରେ ୧୨ଟି ଜରି ବନ୍ଧା ପ୍ୟାକେଟରେ ଥିବା ୧୨ କିଗ୍ରା ଅବୈଧ ଗଞ୍ଜେଇ ଜବତ କରିଛି । ଏ ସର୍ମ୍ପକରେ ସମ୍ବଲପୁରର ଅବକାରୀ ଇଆଇ ଓ ଇବି ୟୁନିଟ ମାମଲା ସଂଖ୍ୟା ୬୧/୨୦୨୨ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଗଞ୍ଜେଇ ଗୁଡିକୁ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ । ଏହି ମିଳିତ ଚଢ଼ଉ ଅଭିଯାନରେ ଆପିଏଫର ମୁନ୍ନା ଯାଦବ, ଏସ.ପି. ଦୁବେ, ବି.କେ. ଦାସ, ପି. ପ୍ରଧାନ, ବିବେକ କୁମାର, ଅବକାରୀ ବିଭାଗର ଅନ୍ନପୁର୍ଣ୍ଣା ରଥ, ହେମନ୍ତ ମହାନନ୍ଦିଆ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ବିଗତ ୭ ଦିନ ମଧ୍ୟରେ ସମ୍ବଲପୁର ରେଳ ଷ୍ଟେସନରେ ଚଢ଼ଉ ଅଭିଯାନ ସମୟରେ ୪୪ କିଗ୍ରା ଅବୈଧ୍ୟ ଗଞ୍ଜେଇ ରେଳ ଯୋଗେ ଚାଲାଣ ହେବାକୁ ଥିବା ବେଳେ ଗଞ୍ଜେଇ ସମେତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସମ୍ବଲପୁର ରେଳ ଷ୍ଟେସନ ଦେଇ ବ୍ୟାପକ ମାତ୍ରାରେ ଅବୈଧ ଗଞ୍ଜେଇ ନିୟମିତ ଚାଲାଣ ହେଉଛି ।
Comments are closed.