www.samajalive.in
Tuesday, December 9, 2025
15.1 C
Bhubaneswar

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆଜି ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘର ସମେତ ଏକାକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଉଛି। ତାଙ୍କ କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର,ସୁବର୍ଣ୍ଣପାଲି, ଝଙ୍କରପାଲିସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଏହି ଚଢାଉରେ ୨ ଡିଏସପି, ୩ ଇନ୍ସପେକ୍ଟର,୨ ଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ସମ୍ବଲପୁରସ୍ଥିତ ଦୁର୍ନୀତି ନିବାରଣ ବିଭାଗ  ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଚଢାଉ କରାଯାଇଛି।ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories