www.samajalive.in
Sunday, December 7, 2025
23.1 C
Bhubaneswar

ଅମୃତ ମହୋତ୍ସବ ପାଇଁ ଡାକ ବିଭାଗର ପୋଷ୍ଟ କାର୍ଡ ଅଭିଯାନ

ସମ୍ବଲପୁର: ସ୍ୱାଧିନତାର ଅମୃତ ମହୋତ୍ସବ ପାଇଁ ଡାକ ବିଭାଗ ପକ୍ଷରୁ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ୨ଟି ଭିନ୍ନ ଭିନ୍ନ ବିଷୟ ଉପରେ ପୋଷ୍ଟ କାର୍ଡରେ ଲେଖି ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଲିଖିତ ପୋଷ୍ଟ କାର୍ଡ ଗୁଡିକୁ ନିରୀକ୍ଷଣ କରାଯାଇ ଶ୍ରେଷ୍ଠ ପ୍ରତିଭା ଙ୍କୁ ପୁରସ୍କୃତ କରାଯିବ। ଏହି କ୍ରମରେ ସମ୍ବଲପୁର ଡାକ ଅଧିକ୍ଷକ ବିପିନ ବିହାରୀ ନେଗୀ ଅଭିଯାନ ସର୍ମ୍ପକରେ କହିଛନ୍ତ ଯେ ଏହି ଅଭିଯାନରେ ସମ୍ବଲପୁର ଡାକ ମଣ୍ଡଳ ଅର୍ନ୍ତଭୁକ୍ତ ୩ଟି ଜିଲା ଯଥା ସମ୍ବଲପୁର, ବରଗଡ ଓ ଦେବଗଡ ର ସମସ୍ତ ସିବିଏସଇ / ରାଜ୍ୟ ବୋର୍ଡର ୪ର୍ଥ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ବିଦ୍ୟାର୍ଥୀ ମାନେ ଭାଗ ନେବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ (୧) ସ୍ୱାଧିନତା ସଂଗ୍ରାମର ଅଣ ସଙ୍ଗଠିତ ନାୟକ/ନାୟିକା ଏବଂ (୨) ୨୦୪୭ ରେ ମୋର ଭାରତର ପରିକଳ୍ପନା ମଧ୍ୟରୁ ଯେକୌଣସି ଗୋଟିଏ ବିଷୟ ଉପରେ ନିଜର ବିଚାର ଲେଖି ପୋଷ୍ଟ କାର୍ଡ ପଠାଇବେ। ଏହି ଅବସରରେ ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ୩୫ ହଜାର ପୋଷ୍ଟ କାର୍ଡ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ। ଏହି ଅଭିଯାନ ଭାରତୀୟ ଡାକ ବିଭାଗ ଏବଂ ବିଦ୍ୟାଳୟ ଶିକ୍ଷା ତଥା ସାକ୍ଷରତା ବିଭାଗ ଭାରତ ସରକାରଙ୍କ ତତ୍ୱାବଧାନରେ ଡିସେମ୍ବର ୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହେବ। ଏଥି ପାଇଁ ବିଭିନ୍ନ ବିଦ୍ୟାଳୟ ପ୍ରଶାସନ ମାନଙ୍କୁ ସର୍ମ୍ପକ କରାଯାଇ ବିଦ୍ୟାର୍ଥୀ ମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories