www.samajalive.in
Sunday, December 7, 2025
14.1 C
Bhubaneswar

ତଲାବିରା ୨ ଓ ୩ କୋଇଲା ଖଣି ପାଇଁ ଗଛ କଟାରେ ରୋକ ଲଗାଇଲା ଏନଜିଟି  

ସମ୍ବଲପୁର:  ସମ୍ବଲପୁର ଜିଲା ଅର୍ନ୍ତଗତ ଖିଣ୍ଡା ପଞ୍ଚାୟତରେ କୋଇଲା ଖଣି ପାଇଁ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଥିବା ଜଙ୍ଗଲକୁ ନଷ୍ଟ କରି ଦିଆଯାଉଛି। ଦୀର୍ଘ ୬ ଦଶନ୍ଧୀ ଧରି ସ୍ଥାନୀୟ ଲୋକେ ଏହି ଅଞ୍ଚଳକୁ ସଂରକ୍ଷିତ କରିଥିବା ବେଳେ କୋଇଲା ଖଣି ପାଇଁ ୧ ଲକ୍ଷରୁ ଉର୍ଦ୍ଧ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି। ତେଣୁ ମେସିନ ଲଗାଇ ଜଙ୍ଗଲକୁ ଅନ୍ଧାଧୁନ ଭାବରେ ସଫା କରିବା କାର୍ଯ୍ୟ ଚାଲୁ ରହିଛି। ଏଣୁ ସମ୍ବଲପୁରର ଓକିଲ ପ୍ରମୋଦ କୁମାର ଦୋରା ଗତ ୧୭ ଫେବୃଆରୀ ୨୦୨୦ରେ  ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)ରେ ଆବେଦନ କରି ଅନ୍ଧାଧୁନ ଜଙ୍ଗଲ ନଷ୍ଟକୁ ରୋକ ଲଗାଇବା ପାଇଁ ଅନୁରୋଧ କରିଥିଲେ। ଓକିଲ ଦୋରାଙ୍କ ପିଟିସନକୁ ଏନଜିଟି ଗ୍ରହଣ କରି ବୁଧବାର (୧୮ ତାରିଖ) ରେ ସମ୍ବଲପୁର ଓ ଝାରସୁଗୁଡା ଜିଲା ଅର୍ନ୍ତଗତ ତଲାବିରା ୨ ଓ ୩ କୋଇଲା ଖଣି ପାଇଁ ଜଙ୍ଗଲ କଟାକୁ ଆସନ୍ତା ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମାନ୍ୟବର ଏନଜିଟି ତାଙ୍କର ଶୁଣାଣି ସମୟରେ କହିଛନ୍ତି ଯେ ତଲାବିରା ୨ ଓ ୩ କୋଇଲା ଖଣି ପାଇଁ ୧୭ ହଜାର ଗଛ କଟାଯିବା ପାଇଁ ଅନୁମତି ଦିଆଯାଇଥିବା ବେଳେ କେବଳ ସମ୍ବଲପୁର ଜିଲାରେ ୪୦ ହଜାର ଗଛ ବେଆଇନ ଭାବରେ ବିନା ଅନୁମତିରେ କଟା ଯାଇଛି। ଏଣୁ ଆଗାମୀ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ଝାରସୁଗୁଡା ଜିଲାର ଡିଏଫଓ ମାନେ ଅନୁମତିରୁ ଅଧିକ ଗଛ କଟା ଯାଇଥିବା ସର୍ମ୍ପକରେ ସେମାନେ ନେଇଥିବା କାର୍ଯ୍ୟାନୁଷ୍ଠାନ ସହିତ ବିସ୍ତୃତ ତଥ୍ୟ ପ୍ରଦାନ କରିବେ। ଏଥି ସହ ଇତି ମଧ୍ୟରେ ଫରେଷ୍ଟ କ୍ଲିୟରାନ୍ସ ଷ୍ଟେଜ ୨ ଅନୁଯାୟୀ ଦିଆଯାଇଥିବା ଗଛ କଟା ଅନୁମତିକୁ ସାମୟିକ ଭାବରେ ବାତିଲ କରାଯାଇଛି। ଆଗାମୀ ୧୬ ତାରିଖରେ ଏହି ମାମଲାର ଶୁଣାଣି ପୁଣି ଥରେ ଏନଜିଟି ଦ୍ୱାରା ହେବ ଏବଂ ଏହା ପୂର୍ବରୁ ସମସ୍ତ ତଥ୍ୟ ଏନଜିଟି ନିକଟରେ ଦାଖଲ କରିବାକୁ ଟ୍ରିବ୍ୟୁନାଲ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଓ ଝାରସୁଗୁଡା ଜିଲାର ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ବିପୁଳ ପରିମାଣରେ କୋଇଲା ରହିଛି। ଏଣୁ ଏହି କୋଇଲା ଖନନ ପାଇଁ ରାଷ୍ଟ୍ରାୟତ୍ତ କମ୍ପାନୀ ଏନଏଲସି କୁ ଦାୟିତ୍ୱ ସରକାର ପ୍ରଦାନ କରିଛନ୍ତି। ଏହି କୋଇଲା ଖଣିର ସିଂହଭାଗ ସମ୍ବଲପୁର ଜିଲାରେ ଅବସ୍ଥିତ ଥିବା ବେଳେ ରେଙ୍ଗାଲୀ ବ୍ଲକ ଅଧିନସ୍ଥ ଖିଣ୍ଡା ପଞ୍ଚାୟତ ଅଞ୍ଚଳରେ ଖଣିରୁ କୋଇଲା ଉତ୍ତୋଳନ ପାଇଁ ସରକାରୀ ଅନୁମତିରୁ ବହୁ ଅଧିକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି। ଏଥି ପାଇଁ ଅଞ୍ଚଳବାସୀ ଜଙ୍ଗଲ ନଷ୍ଟର ପ୍ରବଳ ବିରୋଧ କରୁଛନ୍ତି। ଯାହା ଫଳରେ ବିଗତ ଦିନରେ ତଲାବିରା ୨ ଓ ୩ ଖଣି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବରୁ ରେଙ୍ଗାଲୀ ବ୍ଲକ ଅଞ୍ଚଳରେ ହୋଇଥିବା ଶିଳ୍ପାୟନ ଯୋଗୁଁ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ ପାଇ କରାଯାଇ ୨ ଲକ୍ଷରୁ ଉର୍ଦ୍ଧ ଗଛ, ବୁଦା, ଗୁଳ୍ମ ଆଦି ନିଶ୍ଚିହ୍ନ କରିଦିଆଯାଇଛି। ଯାହାର ଭରଣା ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଯଦି ଏଭଳି ଜଙ୍ଗଲ କ୍ଷୟ ପ୍ରକ୍ରିୟା ଜାରି ରହେ ତାହା ହେଲେ ଆଗାମୀ ଦିନରେ ସବୁଜିମା ଅଞ୍ଚଳ ଲୋପ ହୋଇ ଏହି ଅଞ୍ଚଳରେ ମରୁଞ୍ଚଳ ସୃଷ୍ଟି ହେବ। ଏଣୁ ଅଞ୍ଚଳବାସୀ ଯେତିକି ଦରକାର ସେତିକି ଜଙ୍ଗଲ ସଫା କରିବା ପାଇଁ ଦାବୀ କରିଆସୁଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories