www.samajalive.in
Wednesday, December 10, 2025
17.1 C
Bhubaneswar

ମା’ ଘଣ୍ଟେଶ୍ୱରୀ ପୀଠରେ ସ୍ଥାପନ ହେବ ଭାରତର ସର୍ବବୃହତ ଘଣ୍ଟି

ସମ୍ବଲପୁର : ମା’ ଘଣ୍ଟେଶ୍ବରୀ ପୀଠରେ ସ୍ଥାପନ ହେବ ଭାରତର ସର୍ବବୃହତ୍ତ ଘଣ୍ଟି। ସମ୍ବଲପୁରର ଉପକଣ୍ଠସ୍ଥ ଚିପିଲିମା ଠାରେ ରହିଥିବା ମାଆ ଘଣ୍ଟେଶ୍ୱରୀ ପୀଠରେ ଭାରତର ସର୍ବ ବୃହତ ଘଣ୍ଟି ସ୍ଥାପନା ହେବ। ମହାନଦୀ କୋଲ ଫିଲ୍ଡସ ଲିମିଟେଡ ତରଫରୁ ମା’ ଘଣ୍ଟେଶ୍ୱରୀ ପୀଠରେ ଲଗାଯିବାକୁ ଥିବା ଏହି ପିତ୍ତଳ ଘଣ୍ଟିର ଓଜନ ପ୍ରାୟ ୩ଟନ ହେବ। ଏମସିଏଲ ତରଫରୁ ପାରିପାର୍ଶ୍ବକ ପାଣ୍ଠିର ବ୍ୟବହାର ଏହି ଘଣ୍ଟି ସ୍ଥାପନାରେ ବିନିଯୋଗ କରାଯିବ। ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଦେବୀ ପୀଠ ଭାବରେ ପ୍ରସିଦ୍ଧ ଏହି ପୀଠ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି। ଏଣୁ ଚତୁଃପାର୍ଶ୍ବକୁ ମନୋରମ ଓ ସୁନ୍ଦର କରିବାର ପାଇଁ ଏମସିଏଲ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପୀଠକୁ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଦେବା ପାଇଁ ସରକାରଙ୍କର ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ବୃହତ୍ତମ ଘଣ୍ଟି ସ୍ଥାପନା ହେବା ପରେ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଭକ୍ତ ମାନେ ଆକୃଷ୍ଟ ହେବେବୋଲି ଅନୁନମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଏହି ଦେବୀ ପୀଠରେ ଭକ୍ତ ମାନେ ମନସ୍କାମନା ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ଘଣ୍ଟି ମନ୍ଦିରର ଚୁତୁଃପାର୍ଶ୍ବରେ ବାନ୍ଧି ଥାନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories