www.samajalive.in
Wednesday, November 12, 2025
27.1 C
Bhubaneswar

ଥାଳ ଉଠା ସହିତ ଆରମ୍ଭ ହେଲା ସମ୍ବଲପୁରର ଶୀତଳ ଷଷ୍ଠୀ ଉତ୍ସବର ଶୁଭାରମ୍ଭ

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ରବିବାର ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ସମ୍ପନ୍ନ ହୋଇଯାଇଛି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯାଇ ଏହି ଧାର୍ମିକ ଉତ୍ସବ ଆୟୋଜିତ ହୋଇଥିଲା। ଶୀତଳ ଷଷ୍ଠୀ ଉତ୍ସବର ବିଧି ରକ୍ଷା ନିମନ୍ତେ ଥାଳ ଉଠା ନୀତି ସହିତ ମାସାଧିକ କାଳ ପର୍ଯ୍ୟନ୍ତ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି ପର୍ବର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନନ୍ଦପଡାର ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ବଡବଜାରର ଶୀତଳେଶ୍ୱର ବାବା ଓ ଠାକୁରପଡାର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ମନ୍ଦିରରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଓ ଆଳତୀ ପରେ ଥାଳ ଉଠା କାର୍ଯ୍ୟକ୍ରମ କରାଯାଇଥିଲା। ବିଧି ସମ୍ପନ୍ନ ସହିତ ପ୍ରଚଳିତ ପରମ୍ପରା ଅନୁଯାୟୀ ଯାତ୍ରା କମିଟି ଗୁଡିକ ପକ୍ଷରୁ କନ୍ୟା ପିତାମାତା ମାନଙ୍କର ଚୟନ କରାଯାଇ ସେମାନଙ୍କର ନାମ ମଧ୍ୟ ଘୋଷଣା କରାଯାଇଛି। ଚଳିତ ବର୍ଷ ନନ୍ଦପଡା କମିଟୀର କନ୍ୟା ପିତା ମାତା ଭାବରେ ଅଇଁଠାପାଲୀ ନିବାସୀ ସୁକାନ୍ତ ବିଶି ଓ ଧର୍ମପତ୍ନୀ ରିଙ୍କି ବାବୁ, ଝାଡୁଆପଡା କମିଟୀ ପାଇଁ କିଶୋର ଷଡଙ୍ଗୀ ଓ ଧର୍ମପତ୍ନୀ ବିଜୟିନୀ ଷଡଙ୍ଗୀ, ମୋଦିପଡା କମିଟୀ ପାଇଁ ଅଭିରାମ ପଟେଲ ଓ ସୌଭାଗିନୀ ପଟେଲ, ବାଲିବନ୍ଧା ମନ୍ଦିର ପାଇଁ ଶିବ ନାରାୟଣ ପାଣିଗ୍ରାହୀ ଓ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦିକ୍ଷୀତ ଏବଂ ବଡବଜାର ମନ୍ଦିର ପାଇଁ ଭବେଶ ଚାନ୍ଦ ଓ ରଶ୍ମୀ ଚାନ୍ଦଙ୍କୁ ଚୟନ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଛି।

 

- Advertisement -

ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ନନ୍ଦପଡା ର ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରରେ ବିଧି ରକ୍ଷା ନିମନ୍ତେ ଅପରାହ୍ନ ୫ ଟାରେ ପୂଜାର୍ଚ୍ଚନା ହୋଇଥିଲା। ଶୀତଳ ଷଷ୍ଠୀ ଉତ୍ସବର ସଫଳ ଆୟୋଜନ ପାଇଁ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଆଳତୀ ପରେ ରିତି ଅନୁଯାୟୀ ବରପିତା ରାମଚରଣ ମିଶ୍ରଙ୍କ ସାନ ଭାଇ ବିଭୂତି ଭୂଷଣ ମିଶ୍ର ତାଙ୍କର ପ୍ରତିନିଧି ଭାବରେ ଥାଳ ଉଠାଇଥିଲେ। ପୂଜା କାର୍ଯ୍ୟ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଓ ଶୀତଳ ଷଷ୍ଠୀ ବିବାହ ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ସମ୍ପାଦନ କରିଥିଲେ। ସାଧାରଣତଃ ଭକ୍ତଙ୍କ ସମାବେଶ ସହିତ ବାଜା, ବାଣ, ରୋଷଣୀର ସହିତ ଏହି ଥାଳ ଉଠା କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥାଏ। ଏହି ଲୌକିକ ମହାଦେବ ଓ ପାର୍ବତୀଙ୍କ ବିବାହ ପାଇଁ ଭକ୍ତ ଉତ୍ସାହ ଭରି ରହିଥାଏ। ଥାଳ ଉଠା ପରେ ଶିବ ମନ୍ଦିରରୁ ଆସିଥିବା ପବିତ୍ର ଥାଳରେ ନିଜ ସାମର୍ଥ୍ୟ ମତେ ଭକ୍ତ ମାନେ ଦାନ କରି ଶିବ ଓ ପାର୍ବତୀଙ୍କ ବିବାହ ଖର୍ଚ୍ଚରେ ସହଯୋଗ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ସରକାରୀ କଟକଣା ଯୋଗୁଁ କାର୍ଯ୍ୟକ୍ରମକୁ ଅତି ସୀମିତ ଓ ନିରାଡମ୍ବର ଭାବରେ କେବଳ ଶଙ୍ଖ ଓ ଘଣ୍ଟ ଧ୍ୱନିର ସହିତ ସମ୍ପାଦନ କରାଯାଇଥିଲା। ଅନେକ ମନ୍ଦିର ମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଥାଳ ଭକ୍ତ ମାନଙ୍କ ଘରକୁ ଯିବା ବ୍ୟବସ୍ଥା କରାଯାଇଥିବା ବେଳେ ସର୍ବ ପୁରାତନ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟୀ ତରଫରୁ ମନ୍ଦିରକୁ ଆସି ସାମାଜିକ ଦୂରତ୍ୱ ରକ୍ଷା କରି ଦାନ ଦେବା ପାଇଁ ଅନୁରୋଧ କରାଯାଇ ବ୍ୟବସ୍ଥା କରାଯାଇଥିଲା। ଏହି ଧାର୍ମକ କାର୍ଯ୍ୟକ୍ରମ ପୂର୍ବରୁ ଓ ସମାପନ ପରେ କମିଟୀ କର୍ମକର୍ତ୍ତା ମାନେ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ କରିଥିଲେ। ଏହି ଅବସରରେ କମିଟୀର ହାତଗଣତି କର୍ମକର୍ତ୍ତା ଉପସ୍ଥିତ ରହି ପରମ୍ପରାକୁ ବଜାୟ ରଖିଥିଲେ।

Hot this week

ଆତଙ୍କବାଦ ବିରୁଦ୍ଧରେ କାହିଁକି କହୁନାହାଁନ୍ତି ରାହୁଲ : ବିଜେପି

ସମାଜ ଲାଇଭ୍ ଡେସ୍କ : ଦିଲ୍ଳୀ ବିସ୍ଫୋରଣ ଘଟଣାରେ କଂଗ୍ରେସ ନେତା...

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

Related Articles

Popular Categories