www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ ନିୟମ ଉଲ୍ଲଂଘନ : ୪ ଦୋକାନ ସିଲ ଏବଂ ମଲକୁ ଫାଇନ

ସମ୍ବଲପୁର : କରୋନା ପାଇଁ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ସଂକ୍ରମଣ ରୋକିବା ପାଇଁ ପ୍ରାୟ ୫ ମାସ ଧରି ଦେଶକୁ ଏକ ପ୍ରକାରର ଠପ କରି ଦିଆଯାଇଥିଲା। କିନ୍ତୁ ଅର୍ଥନୀତିକୁ ପୁର୍ନବାର ଗତିଶୀଳ କରିବା ପାଇଁ ଅନଲକ ୪.୦ ସମୟରେ ଲକ ଡାଉନ ଓ ସଟଡାଉନ କଟକଣାକୁ କୋହଳ କରାଯାଇ ଦୋକାନ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସମ୍ବଲପୁର ଜିଲାରେ ଦୋକାନ ବଜାର ଓ ଅନ୍ୟାନ୍ୟ ଏସଓପି ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ ଜାରି କରାଯାଇ ନ ଥିବା ବେଳେ କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନକୁ ଧ୍ୟାନରେ ରଖି ଗତକାଲି ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଖୋଲିବା ଆରମ୍ଭ କରିଛି। ଏଭଳି ସ୍ଥଳରେ ବ୍ୟବସାୟୀକ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତ୍ୱ ରକ୍ଷା ଏବଂ ମାସ୍କ ପରିଧାନକୁ ଅର୍ନିବାର୍ଯ କରାଯାଇଛି। ଏହାର ଉଲ୍ଲଂଘନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏଣୁ ଶୁକ୍ରବାର ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜୋରାଦାର ଚେକିଂ ନିଗମ ଅଞ୍ଚଳରେ ଆରମ୍ଭ କରାଯାଇଛି। ଚେକିଂ ସମୟରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ନିୟମର ଉଲ୍ଲଂଘନ ଯୋଗୁଁ ୪ଟି ଦୋକାନକୁ ଫାଇନ କଟାଯାଇ ସିଲ କରାଯାଇଥିବା ବେଳେ ଗୋଟିଏ ମଲକୁ ଫାଇନ କଟାଯାଇଛି ବୋଲି ଜଣାପଡିଛି। ଗୋଲବଜାର ଅଞ୍ଚଳରେ ପ୍ରସାଦ ଜ୍ୱେଲେରୀ, ସମଲେଶ୍ୱରୀ ବସ୍ତ୍ରାଳୟ, ଲକ୍ଷ୍ମୀ ଟକିଜ ଛକରେ ମାଁ ମେଡିକାଲ ଏବଂ ବୀର ସୁରେନ୍ଦ୍ର ସାଏ ମାର୍ଗରେ ଶଙ୍କର କ୍ଲଥ ଷ୍ଟୋରକୁ କୋଭିଡ – ୧୯ ନିୟମ ଉଲ୍ଲଂଘନ ପାଇଁ ଜରିମାନା କଟା ଯାଇ ସିଲ କରି ଦିଆଯାଇଛି। ସେହିଭଳି ବୁଢ଼ାରଜା ସ୍ଥିତ ଆନନ୍ଦ ସୁପର ମାର୍କେଟକୁ ନିୟମ ଉଲ୍ଲଂଘନ ପାଇଁ ୧୦ ହଜାର ସମେତ ସମୁଦାୟ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ନିଗମ ସୁତ୍ରରୁ ପ୍ରକାଶ। ଅନ୍ୟ ପଟରେ ଏ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସ ପାଇଁ କୌଣସି ସ୍ପଷ୍ଟ ଗାଇଡଲାଇନ ଜାରି କରାଯାଇ ନ ଥିବା ବେଳେ ଅଚାନକ ଚେକିଂ କରି ଜରିମାନା ଆଦାୟକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories