ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମରେ ଗତ ସନ୍ଧ୍ୟାରେ ରାଜମଉଜ ସିଜନ-୨ ଉଦଯାପିତ ହୋଇଛି। ଏହି ପର୍ବରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ସତ୍ୟବ୍ରତ ନାଏକ ଯୋଗ ଦେଇଥିଲେ। ୧୪ ତାରିଖ ଠାରୁ ରଜମଉଜ ଧୁମଧାମରେ ଆରମ୍ଭ ହୋଇଥିଲା। ଏଥିରେ ଗ୍ରାମର ମହିଳା ଓ କୁମାରୀ କନ୍ୟା ଶିଶୁ କନ୍ୟା ମାନେ ଅଂଶଗ୍ରହଣ କରି ଥିଲେ। ଏହି ରଜ ମଉଜ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମିନାକ୍ଷୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ କୁଡୁମି ସେନା ଉପସଭାପତି ମିତ୍ରଭାନୁ ମହାନ୍ତ ଓ ସମାଜସେବୀ ବ୍ରହ୍ମାନନ୍ଦ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ସହଯୋଗର ପ୍ରଶଂସା କରିଥିଲେ। ତିନିଦିନ ଧରି ଚାଲିଥିବା ଏହି ରଜମଉଜ କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଅଶୋକ କୁମାର ସାହୁ, ସରୋଜ ବାରିକ, ଶୁଭଶ୍ରୀ ନାଏକ, ରିନା ନାଏକ ଓ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।
Popular Categories



