କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମାନସ ଭବନ ଠାରେ ଜିଲ୍ଲା ଭାଜପା ତରଫରୁ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷର ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନା, ତଥା ମୋଦି ସରକାରଙ୍କ ଦୁତୀୟ ପାଳିର ତୃତୀୟ ବର୍ଷ ପାଳନ ଅବସରେ ଗରିବ କଲ୍ୟାଣ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ, ଲୁଇସିଙ୍ଗା ବିଧାୟକ ମୁକେଶ ମହାଳିଙ୍ଗ, ରାଜ୍ୟ କୃଷକ ମୋର୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ଆବାହକ ରାକେଶ ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରଭାସ ପାଣିଗ୍ରାହୀ, ଅଜୟ ସିଂ ନିନା, ତୁରେକେଲା ବ୍ଲକ ଉପାଧ୍ୟଦମୟନ୍ତୀ ଖୁରା, କଣ୍ଟାବାଞ୍ଜି ଏନ ଏ. ସି ମଣ୍ଡଳ ସଭାପତି ବେଦବ୍ୟାସ ନାଗ ପ୍ରମୁଖ ମଂଚାସୀନ ଥିବାବେଳେ ସଭା ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବଛ ବେହେରା।
Popular Categories



