ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗରେ ପିତ୍ରୋଡା ପ୍ରତିକ୍ରିୟାର ଜବାବ ଦେଲେ ମୋଦୀ
ନୂଆଦିଲ୍ଲୀ .. –ପୁଲଓ୍ୱାମା ଆକ୍ରମଣ ଓ ବାୟୁସେନାର ବାଲାକୋଟରେ ଆକ୍ରମଣ ପରେ ଏହାର ପ୍ରମାଣ ଦେବା ପାଇଁ କଂଗ୍ରେସର ପରାମର୍ଶଦାତା ସାମ ପିତ୍ରୋଡାଙ୍କ ପ୍ରତିକ୍ରିୟାର ଜବାବ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ୱିଟର ଆକଉଣ୍ଟରେ ରଖିଛନ୍ତି । ପିତ୍ରୋଡା ବାଲାକୋଟ ଆକ୍ରମଣରେ ମୃତ ଆତଙ୍କବାଦୀଙ୍କ ସଂଖ୍ୟାର ପ୍ରମାଣ ମାଗିବା ସହ ପୁଲଓ୍ୱମା ଆକ୍ରମଣ ପାଇଁ ମୃଷ୍ଟିମେୟ ଲୋକଙ୍କ ପାଇଁ ପୁରା ପାକିସ୍ତାନକୁ ଦୋଷ ଦେଇ ହେବା ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ ।
ତେବେ କଂଗ୍ରେସ ନେତାମାନେ ଦେଶର ସେନାକୁ ସନ୍ଦେହ କରିବା ସହ ସମାଲୋଚନା କରୁଛନ୍ତି । ଏମାନେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଚାହାନ୍ତି ନାହିଁ ବୋଲି ମୋଦୀ ନିଜ ଟ୍ୱିଟର ପୃଷ୍ଟାରେ ଉଲ୍ଲେଖ କରିଛନ୍ତି । ଆତଙ୍କବାଦୀଙ୍କୁ ତାଙ୍କରି ଭାଷାରେ ଜବାବ ଦିଆଯିବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।
The most trusted advisor and guide of the Congress President has kick-started the Pakistan National Day celebrations on behalf of the Congress, ironically by demeaning India’s armed forces.
Shame! https://t.co/puSjTK8Y4x
— Chowkidar Narendra Modi (@narendramodi) March 22, 2019