www.samajalive.in
Monday, December 8, 2025
13.1 C
Bhubaneswar

ଏପରି ଭାବେ ଲୁଣର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ପ୍ରାୟ ଆପଣ ବହୁ ଲୋକଙ୍କ ଠାରୁ ଏହା କହିଥିବାର ଶୁଣି ଥିବେ ଯେ, ଦରକାର ଠାରୁ ଯେକୌଣସି ଦ୍ରବ୍ୟ ଅଧିକ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ। ଏହିପରି ହିଁ ଲୁଣର ଅଧିକ ମାତ୍ରାରେ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସମସ୍ତେ ଏହା ଜାଣି ଥାଆନ୍ତି ଯେ, ସୁସ୍ଥ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଲୁଣ ଏପରି ଏକ ଦ୍ରବ୍ୟ ଯାହାର ସଠିକ ମାତ୍ରାରେ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଜରୁରୀ ଅଟେ। ମାତ୍ର ବହୁ ଲୋକେ ବ୍ୟଞ୍ଜନ ପ୍ରସ୍ତୁତ ପରେ ମଧ୍ୟ ଏହାର ଉପରେ କିମ୍ବା ଖାଦ୍ୟ ଖାଇବା ସମୟରେ ଖାଲି ଲୁଣକୁ ମଧ୍ୟ ଖାଇବାରେ ବ୍ୟବହାର କରିଥାଆନ୍ତି। ଜାଣନ୍ତୁ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପକାଇଥାଏ….
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟଞ୍ଜନ ବ୍ୟତୀତ ଲୁଣକୁ ସିଧାସଳଖ ଖାଦ୍ୟ ଖାଇବା ସମୟରେ ବ୍ୟବହାର କରିବା ଦ୍ୱାରା ରକ୍ତ ଚାପ, ମୋଟାପଣ ବୃଦ୍ଧି, ଆଜ୍ଜମା, ହୃଦୟ ଓ ବୃକକ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଖାଦ୍ୟଦ୍ରବ୍ୟ ଉପରେ ଲୁଣ ଛିଞ୍ଚି ଖାଇବା କ୍ଷତିକାରକ –
ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ରୋଗର ବୃଦ୍ଧି ହୋଇଥାଏ। ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ପକାଇ ଖାଇବା ଦ୍ୱାରା ଏହା ସହଜରେ ଶରୀରରେ ରକ୍ତ ଚାପ ସମସ୍ୟା ସୃଷ୍ଟି କରିଥାଏ। ସ୍ମରଣ ଶକ୍ତି ମଧ୍ୟ ହ୍ରାସ କରିଥାଏ। ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଦେଖାଯାଏ।
କେତେ ପରିମାଣରେ ଲୁଣ ଖାଇବା ଉଚିତ –
ଆମେରିକା ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଦିନରେ ସର୍ବମୋଟ ୨ ଚାମଚ ଲୁଣ ଖାଇବା ଆବଶ୍ୟକ ଅଟେ। ଯେଉଁମାନଙ୍କର ରକ୍ତ ଚାପ ଭଳି ସମସ୍ୟା ରହିଛି ସେମାନେ ଗୋଟିଏ ଦିନରେ ସର୍ବମୋଟ ଅଧ ଚାମଚ ଲୁଣ ଖାଇବା ଉଚିତ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories