www.samajalive.in
Sunday, December 7, 2025
26.1 C
Bhubaneswar

ରଞ୍ଜିତ କୁମାର ହେଲେ ନୂତନ ଆମିକସ୍ କ୍ୟୁରି

ପୁରୀ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ନୂତନ ଆମିକସ୍‌ କ୍ୟୁରି ଭାବେ ରଞ୍ଜିତ କୁମାର ନିଯୁକ୍ତ ହୋଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ରଞ୍ଜିତ କୁମାର ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ଥିଲେ। ଆମିକସ୍ କ୍ୟୁରିଙ୍କୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ ସହଯୋଗ କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଶ୍ରୀମନ୍ଦିରର ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ ହୋଇଥିବା ଗୋପାଳ ସୁବ୍ରମଣ୍ୟମ୍ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ଗୋପାଳ ସୁବ୍ରମଣ୍ୟମଙ୍କ ପରେ ଆମିକସ୍ କ୍ୟୁରି ପଦ ଖାଲି ପଡିଥିଲା। ବୁଧବାର ଦିନ ସୁପ୍ରିମକୋର୍ଟ ନୂତନ ଆମିକସ୍‌ କ୍ୟୁରି ଭାବେ ରଞ୍ଜିତ କୁମାରଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଘୁଞ୍ଚି ଯାଇଛି। ପରବର୍ତ୍ତୀ ଶୁଣାଣି ଫେବୃଆରୀ ୫ରେ ହେବ ବୋଲି ସୂଚନା ମିଳିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories