www.samajalive.in
Tuesday, December 9, 2025
16.1 C
Bhubaneswar

ଫୋନରେ ସଲମାନଙ୍କ କର୍ମଚାରୀଙ୍କୁ ଧମକ ଦେଇ ପ୍ରଶଂସକ ଗିରଫ

ମୁମ୍ବଇ : ବଲିଉଡ ଭାଇଜାନ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେହିଭଳି ଆଉଏକ ଘଟଣାକୁ ନେଇ ସଲମାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ତାଙ୍କର ଚର୍ଚ୍ଚାକୁ ଆସିବା ପଛର କାରଣ ସିଏ ନିଜେ ନୁହେଁ ବରଂ ତାଙ୍କର ଜଣେ ପ୍ରଶସଂକଙ୍କ ପାଇଁ ସେ ଚର୍ଚ୍ଚାକୁ ଆସିଥିବା ଜଣାପଡିଛି। ଖବରଅନୁସାରେ ଉତ୍ତରପ୍ରଦେଶର ପ୍ରୟୋଗରାଜରେ ରହୁଥିବା ଶେରୁ ନାମକ ସଲମାନଙ୍କର ଜଣେ ପ୍ରଶସଂକ ସଲମାନଙ୍କର ଜଣେ କର୍ମଚାରୀଙ୍କୁ ଫୋନ କରି ସଲମାନଙ୍କୁ ଭେଟିବା ପାଇଁ କହିଥିଲେ। ସଲମାନଙ୍କ ସହ ତାଙ୍କର ସାକ୍ଷାତ କରାଇଦେବା ପାଇଁ ଏହି ବ୍ୟକ୍ତି ବାରମ୍ବାର ଫୋନ କରୁଥିଲେ। କିନ୍ତୁ ଶେଷରେ ସଲମାନଙ୍କ କର୍ମଚାରୀ ତାଙ୍କୁ ସାକ୍ଷାତ କରାଇବାକୁ ମନା କରିଥିଲେ। ଯାହାଦ୍ୱାରା ଶେରୁ ନାମକ ଏହି ପ୍ରଶଂସକ କର୍ମଚାରୀଙ୍କ ଉପରେ ରାଗିଯାଇ ତାଙ୍କୁ ଡରାଇବା ଆରମ୍ଭ କରିଦେଇଥିଲେ। ଏହିଭଳି ବାରମ୍ବାର କରିବାଦ୍ୱାରା କର୍ମଚାରୀ ଜଣଙ୍କ ଏନେଇ ମୁମ୍ବଇର ବାନ୍ଦ୍ରା ପୁଲିସ ଥାନରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ଆଧାରରେ ମୁମ୍ବଇ ପୁଲିସ ଶେରୁଙ୍କୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲା। ପରେ ପୁଲିସ ଶେରୁଙ୍କୁ ତାଙ୍କ ପ୍ରୟାଗରାଜ ସ୍ଥିତ ବାସଭବନରୁ ଗିରଫ କରିଥିଲା। ଗିରଫ କରି ପୁଲିସ ଶେରୁଙ୍କ ଉପରେ ଆଇପିସିର ଧାରା ୫୦୪ ଏବଂ ୫୦୬ ଆଧାରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories