BJD Bijuli 480×75 Mob

ଅବକାଶ ଛୁଟି ନ ନେଲେ କର୍ମଚାରୀଙ୍କ ଦରମା ବଢ଼ିବ

BJD Bijuli 480×75 Mob
0

ବିଭିନ୍ନ କମ୍ପାନୀଗୁଡ଼ିକ କର୍ମଚାରୀଙ୍କଠାରୁ କାମ ଆଦାୟ କରିବା ନିଶାରେ ଅନେକ ପ୍ରକାର ନିୟମ କାର୍ୟ୍ୟକାରୀ କରୁଥିବାର ଦେଖାଯାଏ। ଏପରିସ୍ଥଳେ ଏଭଳି ମଧ୍ୟ କମ୍ପାନୀ ଅଛି, ଯାହା କର୍ମଚାରୀଙ୍କ ହିତ ଚିନ୍ତା କରୁଛି।

ବ୍ରିଟେନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବାରେ କାର୍ୟ୍ୟରତ କର୍ମଚାରୀଙ୍କୁ ନିକଟରେ ଏକ ଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଗଲା। ତେବେ ଏହି ନିୟମରେ ଡାକ୍ତରଙ୍କୁ ସାମିଲ କରାଯାଇନାହିଁ ବୋଲି ଜଣାପଡ଼ିଛି। ବର୍ଷରେ ସେମାନଙ୍କୁ ମିଳୁଥିବା ଅବକାଶ ଛୁଟି ମଧ୍ୟରୁ ଗୋଟିଏ ହେଲେ ଛୁଟି ନ ନେଲେ, ସେହି କର୍ମଚାରୀଙ୍କ ଦରମା ବାର୍ଷିକ ୬.୫% ହାରରେ ବଢ଼ିବ। ଏହି ସଂସ୍ଥାର କର୍ମଚାରୀଙ୍କୁ ବିଭିନ୍ନ ନିୟମ ଅନୁସାରେ ଦରମା ମିଳିଥାଏ।

ନିକଟରେ ସଂସ୍ଥାରେ ନିଯୁକ୍ତ ହୋଇଥିବା ବିଭାଗୀୟ ମୁଖ୍ୟ ଅନୁଧ୍ୟାନ କଲେ ଯେ ତଳ ଶ୍ରେଣୀର କର୍ମଚାରୀଙ୍କ ଦରମା ସେଭଳି ହାରରେ ବଢ଼ାଯାଉନାହିଁ। ବିଶେଷ କରି ସେହିମାନଙ୍କୁ ଦୃଷ୍ଟିରେ ରଖି ହିଁ ଏହି ନିୟମ କାର୍ୟ୍ୟକାରୀ କରାଯାଇଛି। ବିଭିନ୍ନ ମହଲରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବାର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଥିବାବେଳେ କର୍ମଚାରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।

Leave A Reply