ମହିଳାମାନେ ୧୩ଘଣ୍ଟା ପରିଶ୍ରମ କରନ୍ତି, ମାତ୍ର ଦରମା ମିଳେ ସାଢ଼େ ୭ଘଣ୍ଟାର

0

ବିଭିନ୍ନ ବର୍ଗର ଲୋକଙ୍କ ଧାରଣା ଯେ ପାଶ୍ଚାତ୍ୟ ରାଷ୍ଟ୍ରରେ ଉଭୟ ପୁରୁଷ-ମହିଳାଙ୍କୁ ସମାନ ଅଧିକାର ଦିଆଯାଇଥାଏ। ଚାକିରି କ୍ଷେତ୍ରଠାରୁ ଆରମ୍ଭ କରି ବ୍ୟବସାୟ କ୍ଷେତ୍ର, ସବୁଠାରେ ସମାନ ସୁବିଧା ସୁଯୋଗ ଉଭୟଙ୍କୁ ମିଳିଥାଏ ବୋଲି ଅନେକଙ୍କ ଧାରଣା ରହିଛି। ହେଲେ ସ୍ପେନରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ମିଳୁନଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସେଠାକାର ଏକ ସଂସ୍ଥାର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବିଭିନ୍ନ କ୍ଷେତ୍ରରେ ଚାକିରି କରୁଥିବା ମହିଳାମାନେ କାର୍ୟ୍ୟାଳୟରେ ୧୨ ରୁ ୧୩ଘଣ୍ଟା ପରିଶ୍ରମ କରନ୍ତି, କିନ୍ତୁ ସେମାନଙ୍କୁ ଦରମା ମିଳେ ମାତ୍ର ସାଢ଼େ ୭ଘଣ୍ଟାର। ୨୦୧୨ ପରଠାରୁ ସ୍ପେନରେ ଏଭଳି ନିୟମ ପ୍ରଣୟନ ହୋଇଛି। ବିଭିନ୍ନ ବର୍ଗର ଯୁବତୀ ତଥା ମହିଳା ଏ ନେଇ ନିଜ ମତ ଉପସ୍ଥାପନ କରିଛନ୍ତି।

ବିଶେଷ କରି ମା’ ହେଲା ପରେ ହିଁ ସେମାନଙ୍କ ଜଟିଳ ପରିସ୍ଥିତି ଆରମ୍ଭ ହୋଇଥାଏ। କାରଣ ପିଲାଙ୍କ ଦାୟିତ୍ବ ମହିଳାଙ୍କ ଉପରେ ୪୫% ପଡ଼ୁଥିବାବେଳେ ପୁରୁଷମାନେ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଇଥାନ୍ତି। ୨୫ହଜାର ମହିଳାଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିଲା। ଦୀର୍ଘ ୬ ବର୍ଷ ହେଲା ସ୍ପେନର କର୍ମଜୀବୀ ମହିଳାମାନେ ଏହି ଅନ୍ୟାୟ ବିରୋଧରେ ସ୍ବରୋତ୍ତୋଳନ କରୁଛନ୍ତି, କିନ୍ତୁ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ।

Leave A Reply