ଶିବ ବିବାହରେ ବିଷ୍ଣୁ ସାକ୍ଷୀ, ବାଲୁଙ୍କେଶ୍ୱରଙ୍କର ବିବାହ ପାଇଁ ପହଞ୍ଚିଲେ ସାକ୍ଷୀଗୋପିନାଥ  

0

ସମ୍ବଲପୁର(ସିଟି) :ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା ବଂ ବଂ ବରାଡ ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହର ସାକ୍ଷୀ ରହିବା ପାଇଁ ସାକ୍ଷୀଗୋପିନାଥ ଙ୍କର ଆଗମନ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରକୁ ହୋଇଯାଇଛି। ପରମ୍ପରା ଅନୁଯାୟୀ ମହାଦେବ ଓ ପାର୍ବତୀଙ୍କର ବିବାହର ସମସ୍ତ ଦାୟିତ୍ୱ ବିଷ୍ଣୁଙ୍କର ରହିଥିବାରୁ ଶନିବାର ଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବିଷ୍ଣୁଙ୍କର ଅନ୍ୟତମ ଅବତାର ସାକ୍ଷୀଗୋପିନାଥଙ୍କର ନନ୍ଦପଡାସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରକୁ ପହଞ୍ଚିଛନ୍ତି। ଅପରାହ୍ନ ୪ଟାର ସମୟରେ ପୂଜକ ଶଶାଙ୍କ ଶେଖର ମିଶ୍ର ପାରମ୍ପରିକ ଦୁଲଦୁଲ, ଘଣ୍ଟ ଓ ଶଙ୍ଖର ଧ୍ୱନୀ ମଧ୍ୟରେ ନନ୍ଦପଡାସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରୁ  ଶୋଭାଯାତ୍ରାରେ ସାକ୍ଷୀପଡା ସ୍ଥିତ ସାକ୍ଷୀଗୋପିନାଥ ମନ୍ଦିର କୁ ଯାତ୍ରା କରିଥିଲେ। ବିଧିପୁର୍ବକ ପୁଜାର୍ଚ୍ଚନା ପରେ ସାକ୍ଷୀଗୋପିନାଥ ଙ୍କୁ ଏକ ଶୋଭାଯାତ୍ରାରେ ନନ୍ଦପଡାକୁ ଅଣାଯାଇଥିଲା। ବଂ ବଂ ବରାଡ ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ବାଲୁଙ୍କେଶ୍ୱର ମନ୍ଦିର ରେ ଅବସ୍ଥାନ କରି ସମ୍ପୁର୍ଣ୍ଣ ବିବାହ ଉତ୍ସବର ସାକ୍ଷୀ ରହିବେ।

kalyan agarbati
Leave A Reply