www.samajalive.in
Tuesday, December 9, 2025
15.1 C
Bhubaneswar

ସୈଫ୍‌ଙ୍କ ନୂଆ ରୂପ

ନବାବ୍ ସୈଫ୍ ଅଲୀ ଖାନ୍‌‌ ଅଭିନୀତ ‘ତନହାଜୀ ଦ ଅନସଙ୍ଗ ୱାରିୟର୍’ ଚଳଚ୍ଚିତ୍ରଟି ଦର୍ଶକ ମହଲରେ ପ୍ରଶଂସିତ ହୋଇଥିଲା। ଅଜୟ ଦେବଗନ୍, କାଜଲ୍ ଅଭିନୀତ ଏଇ ଐତିହାସିକ ଚଳଚ୍ଚିତ୍ରରେ ସୈଫ୍ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସମୀକ୍ଷକ ମହଲରେ ସୈଫ୍‌ଙ୍କ ଏଇ ଭୂମିକାକୁ ସବୁଜ ସଙ୍କେତ ମିଳିଥିଲା। ସେ ନିଜେ ମଧ୍ୟ ଏହା ପରେ ଉତ୍ସାହିତ ହୋଇଥିଲେ। ମିଳିଥିବା ଖବର ଅନୁସାରେ, ଅନ୍ୟତମ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ମଧ୍ୟ ସୈଫ୍ ଖଳନାୟକ ଭୂମିକାରେ ଦେଖାଦେବେ। ଏଥିରେ ମୁଖ୍ୟ ଭୂମିକାରେ ବାହୁବଳୀ ପ୍ରଭାସ, ଦୀପିକା ପାଦୁକୋନ୍ କାମ କରୁଥିବାର ସ୍ପଷ୍ଟ ହୋଇଛି। ୟୁନିଟ୍ ତରଫରୁ ହିଁ ସୈଫ୍‌ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଆଦିପୁୁରୁଷ ଥ୍ରୀଡି ଚଳଚ୍ଚିତ୍ର ହୋଇଥିବାବେ​‌ଳେ ଏହାର ସୁଟିଂ ଅକ୍ଟୋବରରେ ଆରମ୍ଭ ହେବ। ପ୍ରଭାସ ଓ ସୈଫ୍ ଯଥା ଶୀଘ୍ର ସେମାନଙ୍କ ଚରିତ୍ର ପାଇଁ ତାଲିମ ନେବେ। ତେବେ ସୈଫ୍‌ଙ୍କର ଏକମାତ୍ର ସର୍ତ୍ତ ହେଉଛି ଆଗାମୀ କିଛି ମାସ ପର୍ଯ୍ୟନ୍ତ ସେ କେବଳ ଭାରତରେ ହିଁ ସୁଟିଂ କରିବେ। ବୋଧହୁଏ ପତ୍ନୀ କରୀନା ଗର୍ଭବତୀ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବାର ତାଙ୍କ ବନ୍ଧୁମାନେ ମତ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories